ETV Bharat / sports

ଭାରତରେ IPL ଜିତିଲେ ରୋହିତ, ବିଦେଶରେ କାଟୁଛନ୍ତି ଛୁଟି

ଆଇପିଏଲ ସରିବା ପରେ ପରିବାର ସହିତ ମାଲଦୀପରେ ଛୁଟି କାଟୁଛନ୍ତି ରୋହିତ ।

author img

By

Published : May 18, 2019, 12:53 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ସରିଛି ଫଟାଫଟ କ୍ରିକେଟର ମହାସମର ଆଇପିଏଲ । 4ର୍ଥ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ସମସ୍ତଙ୍କୁ ପଛରେ ପକାଇ ରୋହିତ ବନିଯାଇଛନ୍ତି ଆଇପିଏଲର ସବୁଠୁ ସଫଳ କ୍ୟାପଟେନ ।

ଆଇପିଏଲ ସରିଯାଇଛି । ସେପଟେ ମେ 30ରୁ କ୍ରିକେଟ ବିଶ୍ବକପ ଆରମ୍ଭ ହେଉଛି । କିନ୍ତୁ ତା ପୂର୍ବରୁ ପରିବାର ସହିତ କିଛିଦିନ ସମୟ ବିତାଇଛନ୍ତି ରୋହିତ ଶର୍ମା । ରୋହିତ ମାଳଦ୍ବୀପରେ ଛୁଟି କାଟୁଛନ୍ତି । ଏନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ପତ୍ନୀ ରିତିକାଙ୍କ ସହ କିଛି ଫଟୋ ସେୟାର କରିଛନ୍ତି ।

ରୋହିତ ମୋଟ 206 ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 47.39 ଆଭେରେଜରେ 8,010ରନ ସଂଗ୍ରହ କରିଛନ୍ତି । ରୋହିତ ତାଙ୍କ ଦିନିକିଆ କ୍ୟାରିୟରରେ 22ଟି ଶତକ ଓ 41ଟି ଅର୍ଦ୍ଧଶତକ ମାରିଛନ୍ତି । ରୋହିତ ହେଉଛନ୍ତି ବିଶ୍ବର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ଦିନିକିଆରେ 3ଟି ଦ୍ବିଶତକ ମାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.