ETV Bharat / sports

ବିଶ୍ବକପ: ହିଟ୍‌ମ୍ୟାନଙ୍କ ସ୍ଲୋ ମୋସନ୍‌, ଦେଖନ୍ତୁ ଭିଡିଓ

ଚହଳଙ୍କ ୱିକେଟ ଅକ୍ତିଆର ପରେ ରୋହିତ ଶର୍ମା ପଡିଆ ମଝିରେ ସ୍ଲୋ ମୋସନ କରି ୱିକେଟ ସେଲିବ୍ରେସନ କରିଛନ୍ତି । ତେବେ ଆଜି ମ୍ୟାଚରେ ଭାରତ ପକ୍ଷରୁ ୟଜୁବେନ୍ଦ୍ର ଚହଳ ସର୍ବାଧିକ 4 ୱିକେଟ ନେଇଛନ୍ତି ।

author img

By

Published : Jun 5, 2019, 11:54 PM IST

Updated : Jun 6, 2019, 7:32 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ଆଜିଠାରୁ ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଭାରତ । ଟସ ହାରି ପ୍ରଥମେ ବୋଲିଂ କରିଛି ବିରାଟ ସେନା । ଦଳର ଦମଦାର ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକାକୁ 227ରନରେ ରୋକିଛି ବିରାଟ ବ୍ରିଗେଡ । ତେବେ ଦଳକୁ ଭଲ ଆରମ୍ଭ ମିଳିଥିବାରୁ ଖୁସିରେ ପଡିଆ ମଝିରେ ଡ୍ୟାନ୍ସ କରିଛନ୍ତି ହିଟମ୍ୟାନ ରୋହିତ ଶର୍ମା ।

ତେବେ ଚହଳଙ୍କ ୱିକେଟ ଅକ୍ତିଆର ପରେ ରୋହିତ ଶର୍ମା ପଡିଆ ମଝିରେ ସ୍ଲୋ ମୋସନ କରି ୱିକେଟ ସେଲିବ୍ରେସନ କରିଛନ୍ତି । ତେବେ ଆଜି ମ୍ୟାଚରେ ଭାରତ ପକ୍ଷରୁ ୟଜୁବେନ୍ଦ୍ର ଚହଳ ସର୍ବାଧିକ 4 ୱିକେଟ ନେଇଛନ୍ତି ।

ଅନ୍ୟପଟେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ନିର୍ଦ୍ଧାରିତ ଓଭରରେ 9 ଓ୍ଵିକେଟ୍ ହରାଇ 227 ରନ କରିବାକୁ ସକ୍ଷମ ହୋଇଛି ଦଳ । ଲକ୍ଷ୍ୟକୁ ପିଛା କରି 6 ୱିକେଟରେ ମ୍ୟାଚ ଜିତି ନେଇଛି ଟିମ ଇଣ୍ଡିଆ । ତେବେ ଏହି ବିଜୟ ସହ ବିଶ୍ବକପ ଯାତ୍ରା ଆରମ୍ଭ କରିଛି ବିରାଟ ସେନା ।

ଅନ୍ୟପଟେ ଆଜି ମ୍ୟାଚର ହିରୋ ବନିଛନ୍ତି ହିଟ୍‌ମ୍ୟାନ ରୋହିତ ଶର୍ମା । 144ବଲରୁ 122ରନ ସଂଗ୍ରହ କରି ଭାରତୀୟ ଦଳକୁ ବିଜୟ ଭେଟି ଦେଇଛନ୍ତି । ତେବେ ଏହି ଶତକ ସହ ରୋହିତ ଦିନିକିଆ ଶତକ ସଂଖ୍ୟା 23କୁ ପହଁଚିଛି । ଏଥି ସହିତ ସେ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ କାଡି ଦେଇଛନ୍ତି । ଦାଦା ଦିନିକିଆରେ ମୋଟ 22ଟି ଶକତ କରିପାରିଛନ୍ତି । ଯେଉଁଠି ରୋହିତଙ୍କ ଶତକ ସଂଖ୍ୟା 23ରେ ପହଁଚିଛି ।

Intro:Body:

sdf

Conclusion:
Last Updated : Jun 6, 2019, 7:32 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.