ETV Bharat / sports

ଏବେ ମୁଁ ରେଡ୍ଡି: ଉଥପ୍ପା

ସୁସ୍ଥ ହୋଇ ଫେରିବା ପରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ୱେଣ୍ଟି20 ଟୁର୍ଣ୍ଣାମେଣ୍ଟରେ ରବିନ ଚତ୍ମକାର ପ୍ରଦର୍ଶନ କରିଛନ୍ତି । 33 ବର୍ଷିୟ ଏହି ସୌରାଷ୍ଟ୍ର ଖେଳାଳି ରେଳବାଇ ବିପକ୍ଷରେ ବିସ୍ଫୋରକ 46 ରନର ପାଳି ଖେଳି ନିଜ ପ୍ରତ୍ୟାବର୍ତ୍ତନର ସୂଚନା ଦେଇଛନ୍ତି ।

author img

By

Published : Feb 23, 2019, 9:43 PM IST

ଫାଇଲ ଫଟୋ

କୋଲକାତା: ସୁସ୍ଥ ହୋଇ କମବ୍ୟାକ କରିଛନ୍ତି ରବିନ ଉଥପ୍ପା। ଆଉ ଦେଇଛନ୍ତି ଧୂଆଁଧାର ପ୍ରଦର୍ଶନ। ଏହାସହ ଆଗାମୀ ଆଇପିଏଲ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ଗୋଇଠି ଆଘାତ ଯୋଗୁଁ ପ୍ରାୟ 4 ମାସ ହେବ ସେ ପଡିଆରୁ ଦୂରେଇ ରହିଥିଲେ। ଏହାକୁ ଡାକ୍ତରୀ ଭାଷାରେ ଓଷ୍ଟେଓଫାଇଟସ କୁହାଯାଏ। ଏଥିପାଇଁ ସେ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ତେବେ ନିକଟରେ ସେ ସୁସ୍ଥ ହୋଇ ଫେରିଛନ୍ତି । ଏଥିପାଇଁ ସେ କୋଲକାତା ନାଇଟ ରାଇଡର୍ସ(କେକେଆର)ର ଏକାଡେମୀରେ ମାସେ ହେଲା ଟ୍ରେନିଂ ନେଉଥିଲେ ।

ତେବେ ଆଘାତ ଯୋଗୁଁ ତାଙ୍କର ଆଗାମୀ ଆଇପିଏଲ ଖେଳିବା ସନ୍ଦେହରେ ଥିଲା । ବିଶେଷ କରି ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ କେକେଆର ଏନେଇ ଅଧିକ ଚିନ୍ତାରେ ଥିଲା । ତେବେ ସୁସ୍ଥ ହୋଇ ଫେରିବା ପରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ୱେଣ୍ଟି20 ଟୁର୍ଣ୍ଣାମେଣ୍ଟରେ ସେ ଚତ୍ମକାର ପ୍ରଦର୍ଶନ କରିଛନ୍ତି । 33 ବର୍ଷିୟ ଏହି ସୌରାଷ୍ଟ୍ର ଖେଳାଳି ରେଳବାଇ ବିପକ୍ଷରେ ବିସ୍ଫୋରକ 46 ରନର ପାଳି ଖେଳି ନିଜ ପ୍ରତ୍ୟାବର୍ତ୍ତନର ସୂଚନା ଦେଇଛନ୍ତି।

ଏହା ଉପରେ ରବିନ କହିଛନ୍ତି ଯେ ଏବେ ସେ ପୁରା ପ୍ରସ୍ତୁତ ଅଛନ୍ତି । ଏହା ତାଙ୍କ ପାଇଁ ଏକ ଶିକ୍ଷା ଥିଲା ବୋଲି ସେ କହିଛନ୍ତି । ପ୍ରଥମେ ଆଘାତ ପାଇବା ଏବଂ ପରେ ସର୍ଜରୀ କରିବା ତାଙ୍କ ପାଇଁ ନୂଆ ଶିକ୍ଷା ଥିଲା । ଏହି ଗୋଇଠି ଆଘାତ ସେ 3-4 ବର୍ଷ ହେଲା ସହି ଆସୁଛନ୍ତି ଏବଂ ଏବେ ତାଙ୍କୁ ଏହା ଭଲ ଲାଗୁଛି । ସର୍ଜରୀ ପରେ ସେ ଖୁବ ଭଲ ଭାବେ ଚଳପ୍ରଚଳ କରିପାରୁଛନ୍ତି ବୋଲି କହିଛନ୍ତି । ଆଗାମୀ ଆଇପିଏଲରେ ସେ ଉତ୍ତମ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ବୋଲି କେକେଆର ୱେବସାଇଟକୁ ସାକ୍ଷାତକାର ଦେଇ କହିଛନ୍ତି ।

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.