ETV Bharat / sports

ରୋଡ ସେଫ୍ଟି ଓ୍ବାଲ୍ଡ ସିରିଜରେ ମୁହାଁମୁହିଁ ହେବେ ସଚିନ -ଲାରା

author img

By

Published : Feb 14, 2020, 1:41 AM IST

ରୋଡ ସେଫ୍ଟି ଓ୍ବାଲ୍ଡ ସିରିଜରେ 2 ମହାନ କ୍ରିକେଟର ସଚିନ-ଲାରା ମୁହାଁମୁହିଁ ହେବେ । ଏହି ମ୍ୟାଚରେ ମୋଟ 11ଟି ମ୍ୟାଚ ଖେଳାଯିବ । ମ୍ୟାଚ ସଂନ୍ଧ୍ୟା 7ଟାରେ ଆରମ୍ଭ ହେବ । ଏଥିରେ ଏନେକ ମହାନ୍‌ କ୍ରିକେଟର ସାମିଲ ହେବେ ।

road-safety-series
road-safety-series

ମୁମ୍ବାଇ: ପୁଣି ପିଚ୍‌କୁ ଫେରିବେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟ ଜଗତର 2 ମହାନ କ୍ରିକେଟର ଭାରତର ସଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜର ବ୍ରାୟନ ଲାରା ମୁହାଁମୁହିଁ ହେବେ । ରୋଡ ସେଫ୍ଟି ଓ୍ବାଲ୍ଡ ସିରିଜର ପ୍ରଥମ ମ୍ୟାଚରେ 7 ମାର୍ଚ୍ଚରେ ଖେଳାଯିବ । ଏଥିରେ ସଚିନଙ୍କ ଇଣ୍ଡିଆ ଲିଜେଣ୍ଡସ ଓ ଲାରାଙ୍କ ଓ୍ବଷ୍ଟେଇଣ୍ଡିଜ ଲିଜେଣ୍ଡସ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ।

ପୂର୍ବ ଖେଳାଳିଙ୍କ ଏହି ମ୍ୟାଚରେ ମୋଟ 11ଟି ମ୍ୟାଚ ଖେଳାଯିବ । 2ଟି ମ୍ୟାଚ ଓ୍ବାଙ୍ଖଡେ ଷ୍ଟାଡିୟମରେ, 4ଟି ପୁନେ ଏମସିଏ ଷ୍ଟାଡିୟମ, ଆଉ 4ଟି ମ୍ୟାଚ ଡିଓ୍ବାଇ ପାଟିଲ ଷ୍ଟାଡିୟମ ଓ ଫାଇନାଲ ମ୍ୟାଚ ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ ସଂନ୍ଧ୍ୟା 7ଟାରେ ଆରମ୍ଭ ହେବ । ଏହି ସିରିଜର ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଓ୍ବଷ୍ଟେଇଣ୍ଡିଜ ଓ ଦ.ଆଫ୍ରିକାର ମହାନ୍‌ କ୍ରିକେଟର ସାମିଲ ହେବେ । ସେମାନଙ୍କ ମଧ୍ୟରେ ତେନ୍ଦୁଲକର, ସେହଓ୍ବାଗ, ଯୁବରାଜ ସିଂ, ଜାହିର ଖାନ, ବ୍ରାୟନ ଲାରା, ଶିବ ନାରାୟଣ ଚନ୍ଦ୍ରପାଲ, ବ୍ରେଟ ଲି, ରୋଡସ, ହାସିମ ଅମଲା. ମୁଲରୀଧରନ,ତିଲକରତ୍ନେ ଦିଲସାନ, ଅଜନ୍ତା ମେଣ୍ଡିସ ଓ ଅନେକ ମହାନ ଖେଳାଳି ଏହି ସିରିଜରେ ଭାଗ ନେବେ ।

ଏହି ସିରିଜର ଲକ୍ଷ୍ୟ ଲୋକଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ ସଚେତନ କରିବା ।

ସୂଚନାଥାଉକି, କିଛିଦିନ ତଳେ ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡରେ ପୀଡିତଙ୍କୁ ସାହାଯ୍ୟ ପାଇଁ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲା ବୁସଫାୟାର ବାସ ମ୍ୟାଚ । ଏହି ମ୍ୟାଚରେ ଅଂଶ ଗ୍ରହଣ କରିଥିଲେ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ । ଯାହାଙ୍କ ମଧ୍ୟରେ ଥିଲେ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.