ETV Bharat / sports

ମତାମତ ଠାରୁ ଦୂରେଇ ରୁହନ୍ତୁ ପନ୍ତ: ପାର୍ଥିବ ପଟେଲ - ଋଷଭ ପନ୍ତ

ଯୁବ ଖେଳାଳି ଋଷଭ ପନ୍ତଙ୍କୁ ସଫଳତା ମନ୍ତ୍ର ଦେଲେ ପାର୍ଥିବ ପଟେଲ । କହିଲେ ମତାମତ ଠାରୁ ଦୂରେଇ ରୁହନ୍ତୁ । ଅଧିକ ପଢ଼ନ୍ତୁ...

parthiv patel on Rishabh Pant, pant should stay away from opinions, Parthiv Patel, Rishabh Pant, ପାର୍ଥିବ ପଟେଲ, ଋଷଭ ପନ୍ତ, ମତାମତ ଠାରୁ ଦୂରେଇ ରୁହନ୍ତୁ ପନ୍ତ
ମତାମତ ଠାରୁ ଦୂରେଇ ରୁହନ୍ତୁ ପନ୍ତ: ପାର୍ଥିବ ପଟେଲ
author img

By

Published : Jan 2, 2020, 11:42 PM IST

ହାଇଦ୍ରାବାଦ: 17 ବର୍ଷ ବୟସରେ ଭାରତ ପାଇଁ ୱିକେଟ କିପିଙ୍ଗ କରିଥିବା ସର୍ବ କନିଷ୍ଠ ୱିକେଟ କିପର ପାର୍ଥିବ ପଟେଲ ଯୁବ ୱିକେଟ କିପର ଋଷଭ ପନ୍ତଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ସେ କହିଛନ୍ତି ଯେ ବର୍ତ୍ତମାନ ପନ୍ତ ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି ତେଣୁ ତାଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି, ତେବେ ପନ୍ତ ସେ ସମସ୍ତ କଥା ନଶୁଣି ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ଉଚିତ ।

ରିଦ୍ଧିମାନ ଶାହାଙ୍କୁ ନେଇ ମଧ୍ୟ ମତ ରଖିଛନ୍ତି ପାର୍ଥିବ । ଟେଷ୍ଟ କ୍ରିକେଟର ମାନ୍ୟତା ପ୍ରାପ୍ତ ୱିକେଟ କିପର ରିଦ୍ଧିମାନ ଶାହା ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ୱିକେଟ କିପର ବୋଲି ସେ କହିଛନ୍ତି । ଗୁରୁବାର କୋଲକାତା ଠାରେ ଗୁଜୁରାଟ ବନାମ ପଶ୍ଚିମବଙ୍ଗ ମ୍ୟାଚ ସମୟରେ ଏହା କହିଛନ୍ତି ପାର୍ଥିବ ।

ଆଜିର ଯୁବ ପିଢୀଙ୍କୁ ଅନୁଭବୀ ଖେଳାଳିଙ୍କ ସହ ଖେଳାବାକୁ ସୁଯୋଗ ମଳୁଛି । କିନ୍ତୁ ଯଦି ଆପଣଙ୍କ ଖରାପ ପ୍ରଦର୍ଶନ ସହ ସଂଘର୍ଷ କରୁଛନ୍ତି ତେବେ ଆପଣଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥାଏ । କିନ୍ତୁ ଏସବୁ ଠାରୁ ନିଜକୁ ଦୂରେଇ ରଖି ଖେଳ ଉପରେ ଧ୍ୟାନ ଦେବା ଜରୁରୀ ଅଟେ ବୋଲି କହିଛନ୍ତି ପଟେଲ ।

ଯଦି ଆପଣ ଭାରତ ପାଇଁ ଖେଳୁଛନ୍ତି, ତେବେ ଆପଣଙ୍କ ଉପରେ ଚାପ ରହିଥାଏ । ସବୁ ଖେଳାଳିଙ୍କର ଭିନ୍ନ ଭିନ୍ନ ପରିସ୍ଥିତି ନେଇ ଚାପ ରହିଥାଏ । ସେତେବେଳେ ଆପଣ ନିଜ ଦକ୍ଷତା ଉପରେ ବିଶ୍ବାସ କରି ଖେଳିବା ଉଚିତ ।

ପନ୍ତଙ୍କ ୱିକେଟ କିପିଙ୍ଗ ନେଇ 34 ବର୍ଷୀୟ ଏହି ଖେଳାଳି କହିଛନ୍ତି, ପନ୍ତ ନିଶ୍ଚୟ ଜଣେ ଭଲ ଖେଳାଳି ନେଚତ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନଥାନ୍ତା । ଇଂଲଣ୍ଡ ଭଳି ସ୍ଥାନରେ ସେ ତାଙ୍କ ଟେଷ୍ଟ ଟେବ୍ୟୁ କରିଛନ୍ତି । ସେ ଜଣେ ଯୁବ ଖେଳାଳି, ତାଙ୍କୁ କେବଳ ଆତ୍ମବିଶ୍ବାସର ଆବଶ୍ୟକତା ରହିଛି । ଏହା କେବଳ 2-3ଟି ଭଲ ଇଂନିସର କଥା ।

ଯେତେବେଳେ ଟିମ ଓ ମ୍ୟାନେଜମେଣ୍ଟର ସମର୍ଥନ ଆପଣଙ୍କ ସହ ଥାଏ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପାର୍ଥିବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.