ନୂଆଦିଲ୍ଲୀ: ଭାରତୀୟ ଚୟନ କମିଟି ଟେଷ୍ଟ ଦଳରୁ ଯୁବ ୱିକେଟକିପର ଋଷବ ପନ୍ତଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଘରୋଇ କ୍ରିକେଟରେ ପନ୍ତ କରିବେ ଅଭ୍ୟାସ । ତାଙ୍କ ସ୍ଥାନରେ ଦଳରେ ବ୍ୟାକ ଅପ ୱିକେଟ କିପର ଭାବେ ଆନ୍ଧ୍ର ୱିକେଟକିପର କୋନା ଶିଖର ଭାରତୀୟ ଦଳ ସହ ରହିବେ ।
ଉଲ୍ଲେଖଥାଉ କି, ରିଦ୍ଧିମାନ ସାହା ଚଳିତ ବାଂଲାଦେଶ ବିପକ୍ଷ ପିଙ୍କ ବଲ୍ ଟେଷ୍ଟରେ ଦଳ ସହ ରହିଛନ୍ତି । ତେବେ ପନ୍ତ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସମସ୍ତ ମ୍ୟାଚ୍ (୩ ଟି୨୦ ଓ ୩ ଦିନିକିଆ)ରେ ଖେଳିବେ । ମାତ୍ର ଏହା ପୂର୍ବରୁ ସେ ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ବୋର୍ଡ ଘୋଷଣା କରିଛି ।