ମେଲବୋର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ତଥା ଆଇପିଏଲ ଟିମ ଦିଲ୍ଲୀ କ୍ୟାପଟାଲ୍ସ କୋଚ ରିକି ପଏଣ୍ଟିଂ ଋଷଭ ପନ୍ତଙ୍କୁ ନେଇ ମତ ରଖିଛନ୍ତି । ଖୁବଶୀଘ୍ର ଭାରତୀୟ ଚୁଡାନ୍ତ ଏକାଦଶକୁ ପନ୍ତ ଫେରିବେ ବୋଲି ପଏଣ୍ଟିଂ କହିଛନ୍ତି । 22 ବର୍ଷୀୟ ପନ୍ତ ଏଯାବତ 11ଟି ଟେଷ୍ଟ, 16ଟି ଦିନିକିଆ ଓ 28 ଟି-20 ମ୍ୟାଚ ଖେଳିଛନ୍ତି । ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ପନ୍ତ ପ୍ରମୁଖ ଖେଳାଳି ।
ମୁମ୍ବାଇରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ ପନ୍ତ । ଫଳରେ ତାଙ୍କ ସ୍ଥାନରେ କେ ଏଲ ରାହୁଲ ୱିକେଟ କିପିଂ କରିଥିଲେ । ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଦଳରେ ନିଜର ସ୍ଥାନ ପକ୍କା କରିପାରି ନାହାଁନ୍ତି । ନିୟମିତ ୱିକେଟ କିପର ଭାବେ ଧୋନିଙ୍କ ପର ପ୍ରଥମ ପସନ୍ଦ ଭାବେ ପନ୍ତ ଦଳରେ ସାମିଲ ହୋଇଥିଲେ । ତେବେ ପନ୍ତ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହେବାପରେ ସମାଲୋଚନାର ଶୀକାର ହୋଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଭାରତୀୟ ଫ୍ୟାନ୍ସ ପନ୍ତ ବ୍ୟାଟିଂ କରୁଥିବା ସମୟରେ ଧୋନି ଧୋନି ଚିଡାଉଥିବାର ମଧ୍ୟ ଦେଖାଯାଇଥିଲା ।
ତେବେ ଲୋକେଶ ରାହୁଲ ଉଭୟ ବ୍ୟାଟିଂ ଓ ୱିକେଟ କିପିଂରେ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି । ଫଳରେ ପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ଭାରତୀୟ ଦଳ ଖେଳିଥିବା କିଛି ମ୍ୟାଚରେ ସ୍ଥାନ ମିଳିନାହିଁ ।