ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି 3ୟ ଟେଷ୍ଟ ମ୍ୟାଚ । ଆଜି ହେଉଛି ମ୍ୟାଚର 3ୟ ଦିନ । ତେବେ ଏହି 3ୟ ଦିନରେ ଭାରତୀୟ କ୍ରିକେଟ ଟିମକୁ ଏକ ବଡ ଝଟକା ଲାଗିଛି । କାରଣ ଆଜି ଭାରତୀୟ ଦଳ ପକ୍ଷରୁ ଯୁବ ଓ୍ବିକେଟକିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ବ୍ୟାଟିଂ କରୁଥିବାବେଳେ ତାଙ୍କର ବାମ ହାତର କହୁଣୀରେ ବଲ୍ ବାଜି ଆହତ ହୋଇଛନ୍ତି । ଫଳରେ ତାଙ୍କୁ ସ୍କାନିଂ ପାଇଁ ଯିବାକୁ ପଡିଛି ।
-
Rishabh Pant was hit on the left elbow while batting in the second session on Saturday. He has been taken for scans. #AUSvIND pic.twitter.com/NrUPgjAp2c
— BCCI (@BCCI) January 9, 2021 " class="align-text-top noRightClick twitterSection" data="
">Rishabh Pant was hit on the left elbow while batting in the second session on Saturday. He has been taken for scans. #AUSvIND pic.twitter.com/NrUPgjAp2c
— BCCI (@BCCI) January 9, 2021Rishabh Pant was hit on the left elbow while batting in the second session on Saturday. He has been taken for scans. #AUSvIND pic.twitter.com/NrUPgjAp2c
— BCCI (@BCCI) January 9, 2021
ଖବରମୁତାବକ, ଭାରତୀୟ ଦଳ ପ୍ରଥମ ଇଂନିସ ଖେଳୁଥିବାବେଳେ 84.5 ଓଭରରେ ବିପକ୍ଷ ଦଳ ପକ୍ଷରୁ ପାଟ କମିନ୍ସ ବୋଲିଂ କରୁଥିଲେ । ତେବେ ଏହି ସମୟର ପନ୍ତଙ୍କ ବାମ ହାତ କହୁଣୀରେ ବଲ୍ ହିଟ୍ କରିଥିଲା, ଏହାପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତଥାପି ସେ ନିଜର ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ନିଜର ଓ୍ବିକେଟ ହରାଇ ବସିଥିଲେ । ସେ 67ବଲୟ ରେ 36ରନୟ କରି କ୍ୟାଚ ଆଉଟ୍ ହୋଇଯାଇଥିଲେ ।
ଏହାପରେ ସେ ସ୍କାନିଂ ପାଇଁ ଯାଇଥିବାର ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି । ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହା କିପିଙ୍ଗ କରୁଛନ୍ତି ।