କର୍ଣ୍ଣାଟକ: ପ୍ରଥମ ଆଇପିଏଲ ଦଳ ଭାବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମହିଳା ସପୋର୍ଟ ଷ୍ଟାଫ ନିଯୁକ୍ତ କରିଛି । ନବନୀତା ଗୌତମ ଆରସିବିରେ ଯୋଗ ଦେଇଛନ୍ତି ।
ନବନୀତା ଗୌତମଙ୍କୁ ଆରସିବି ଟିମ ସ୍ପୋଟ୍ସ ମସାଜ ଥେରାପିଷ୍ଟ ଭାବେ ନିଯୁକ୍ତ କରିଛି । ଆରସିବିର ଚେୟାରମ୍ୟାନ ସଞ୍ଜୀବ ଚୁରିୱାଲା ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଏଭଳି ଐତିହାସିକ ନିଷ୍ପତ୍ତିର ସେ ଭାଗିଦାର ଥିବାରୁ ସେ ଖୁସି । ଆରସିବିର ମୁଖ୍ୟ ଫିଜିଓ ଇଭାନ ସ୍ପିଚଲି ଅଛନ୍ତି ।