ETV Bharat / sports

ସାଇମନ କାଟିଚ ଆରସିବିର ନୂଆ କୋଚ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସାଇମନ କାଟିଚ ଆରସିବିର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ମାଇକ ହେସନ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ।

author img

By

Published : Aug 23, 2019, 5:23 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଇପିଏଲର ଅନ୍ୟତମ ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ନୂଆ କୋଚ ନିଯୁକ୍ତ କରିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସାଇମନ କାଟିଚ ଆରସିବିର ମୁଖ୍ୟ କୋଚ ହୋଇଛନ୍ତି । ଏଥିସହିତ ମାଇକ ହେସନ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ।

RCB
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏନେଇ ଆରସିବିର ଚେୟାରମ୍ୟାନ ସଞ୍ଜୀବ ଚୁରିୱାଲା ସୂଚନା ଦେଇଛନ୍ତି । ମାଇକ ହେସନ ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିଥିଲେ । ଶ୍ରେଷ୍ଠ 6ଜଣ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିଲେ । ହେସନ ପୂର୍ବରୁ ଆଇପିଏଲ ଟିମ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ ରହିସାରିଛନ୍ତି ।
ସାଇମନ କାଟିଚ ନିଜ ସମୟର ଜଣେ ବିସ୍ପୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ଥିଲେ । ତେଣୁ କାଟିଚଙ୍କୁ ନେଇ ଆଇପିଏଲରେ ଆରସିବି ଅଧିକ ଆକ୍ରମଣାତ୍ମକ ରଣନୀତି ସହ ଖେଳିବା ନେଇ ଯୋଜନା କରୁଛି । କାଟିଚ ପୂର୍ବରୁ କୋଲାକାତା ନାଇଟ ରାଇଡର୍ସର ସହକାରୀ କୋଚ ରହିସାରିଛନ୍ତି ।

ପୂର୍ବରୁ କୋଚ ଦାୟିତ୍ବରେ ଥିବା ଗ୍ୟାରି କିର୍ଷ୍ଟନ ଓ ବୋଲିଂ କୋଚ ଦାୟିତ୍ବରେ ଥିବା ଆଶିଷ ନେହେରାଙ୍କୁ ଆରସିବି ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.