ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ ରବିନ୍ଦ୍ର ଜାଡେଜାଙ୍କ 12 ବର୍ଷ

ପିଲାଦିନରୁ ମହାନ ଅତୁଲ୍ୟ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲି, ମାତ୍ର ଆଜି 12 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ସବୁକିଛି କାଲି ପରି ଲାଗୁଛି କହିଛନ୍ତି ଜାଡେଜା । ଅଧିକ ପଢନ୍ତୁ...

author img

By

Published : Feb 8, 2021, 10:24 PM IST

Ravindra jadeja completes his 12 years in international cricket
ଅନ୍ତର୍ଜାତୀୟ କ୍ରିକେଟରେ ରବିନ୍ଦ୍ର ଜାଡେଜାଙ୍କ 12 ବର୍ଷ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୋମବାର ଅନ୍ତର୍ଜାତୀୟ କ୍ରିକେଟରେ 12 ବର୍ଷ ପୂରଣ କରିଛନ୍ତି । ଜାଡେଜା ଆଜିର ଦିନରେ ବର୍ଷ 2009ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ଗତ 12 ବର୍ଷ ମଧ୍ୟରେ ଜାଡେଜା ଭାରତକୁ ଏକାକୀ ନିଜ ଦମରେ ଏକାଧିକ ମ୍ୟାଚ ଜିତାଇଛନ୍ତି ।

  • As a kid it was my dream to play for our amazing country and 12 years later since my International debut, it still feels like it was just yesterday.
    Playing for India is a feeling that cannot be described in words and there is no bigger honour.
    Thank you for all the love ❤️ pic.twitter.com/YQd1RrpnVN

    — Ravindrasinh jadeja (@imjadeja) February 8, 2021 " class="align-text-top noRightClick twitterSection" data=" ">

ବର୍ତ୍ତମାନ ସମୟରେ ରବିନ୍ଦ୍ର ଜାଡେଜା ଭାରତୀୟ ଟିମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟରେ 12 ବର୍ଷର ସଫଳତମ ଯାତ୍ରା ପୂରଣ କରିବା ପରେ, ଜାଡେଜା ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି ।

ଜାଡେଜା ଟ୍ବିଟରେ ଲେଖିଛନ୍ତି, "ପିଲାଦିନରୁ ମହାନ ଅତୁଲ୍ୟ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲି, ମାତ୍ର ଆଜି 12 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ସବୁକିଛି କାଲି ପରି ଲାଗୁଛି । ଭାରତ ପାଇଁ ଖେଳିବା ଏକ ଭାବନା, ଯାହାକୁ ଶବ୍ଦରେ ବୟାନ କରିବା କଷ୍ଟକର । ଏହାଠାରୁ ବଡ କୌଣସି ସମ୍ମାନ ହୋଇନପାରେ ।"

32 ବର୍ଷୀୟ ଅଲରାଉଣ୍ଡର ଏଯାବତ ଭାରତ ପାଇଁ 51 ଟେଷ୍ଟ, 168 ଏକଦିବସୀୟ ଓ 50 ଟି20 ମ୍ୟାଚ ଖେଳିସାରିଛନ୍ତି । 51 ଟେଷ୍ଟ ମ୍ୟାଚରୁ 1954ରନ ସହ 220 ୱିକେଟ ଅକ୍ତିଆର କରିଛନ୍ତି । ସେହିପରି 168 ଦିନିକିଆ ମ୍ୟାଚରୁ 2411 ରନ ସହ 188 ଖେଳାଳିଙ୍କୁ ଆଉଟ କରି ପାଭିଲିୟନର ରାସ୍ତା ଦେଖାଇଛନ୍ତି । 50ଟି ଟି20 ମ୍ୟାଚରୁ ଜାଡେଜାଙ୍କ ନାମରେ 217 ରନ ଓ 37 ୱିକେଟ ରହିଛି । ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ତିନୋଟି ଫର୍ମାଟରେ ରବିନ୍ଦ୍ର ଜାଡେଜା 28 ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.