ETV Bharat / sports

ଫେରିବେ ମାହି, ଶାସ୍ତ୍ରୀ ଦେଲେ ସୂଚନା ! - ଧୋନିଙ୍କ ଫେରିବା ନେଇ ଶାସ୍ତ୍ରୀ ଦେଲେ ହିଣ୍ଟ

ମାହିଙ୍କ କ୍ରିକେଟ କ୍ୟାରିଅର ନେଇ ମତ ରଖିଲେ ଟିମ ଇଣ୍ଡିଆର ହେଡ କୋଚ ରବି ଶାସ୍ତ୍ରୀ । ଧୋନିଙ୍କ ଟି-20 ବିଶ୍ବକପ ଖଳିବା ନେଇ ଦେଲେ ସୂଚନା । ଅଧିକ ପଢ଼ନ୍ତୁ...

Ravi Shastri on dhoni, Head coach ravi shastri, shastri gives hint on MS Dhoni's career, Team India coach Ravi Shastri, ଫେରିବେ ମାହି, ଧୋନିଙ୍କ ଫେରିବା ନେଇ ଶାସ୍ତ୍ରୀ ଦେଲେ ହିଣ୍ଟ, ଧୋନିଙ୍କ ଟି-20 କ୍ୟାରିଅର ଉଜ୍ଜୀବିତ ଅଛି
ଫେରିବେ ମାହି, ଶାସ୍ତ୍ରୀ ଦେଲେ ହିଣ୍ଟ
author img

By

Published : Jan 9, 2020, 8:15 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ହେଉଥିବା ବେଳେ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ ଧୋନିଙ୍କ ଟି-20 କ୍ୟାରିଅର ଏବେ ବି ଉଜ୍ଜୀବିତ ଅଛି । ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ଟିମକୁ ଦୁଇ ଦୁଇ ଥର ବିଶ୍ବ ବିଜେତା କରାଇଥିବା ଅଧିନାୟକ କେବେ ବି ନିଜକୁ ଟିମ ଉପରେ ଲଦି ଦେଇ ନାହନ୍ତି ।

ରବି ଶାସ୍ତ୍ରୀ କହିଛନ୍ତି , ‘ଧୋନିଙ୍କ ଟି-20 କ୍ୟାରିଅର ସମାପ୍ତ ହୋଇ ନାହିଁ । ସେ ଆଇପିଏଲରେ ଖେଳିବେ । ଧୋନିଙ୍କ ବିଷୟରେ ଗୋଟିଏ କଥା ସ୍ପଷ୍ଟ କରି ଦେଉଛି ଯେ ସେ କେବେ ବି ନିଜକୁ ଟିମ ଉପରେ ଲଦି ଦେଇ ନାହାନ୍ତି । ଯଦି ତାଙ୍କୁ ଲାଗେ ଯେ ସେ ଆଉ ଖେଳି ପାରିବେ ନାହିଁ, ଟେଷ୍ଟ କ୍ରିକେଟ ଭଳି ସେ ନିଜେ ହିଁ କହି ଦେବେ ଯେ ମୁଁ ଯଥେଷ୍ଟ କ୍ରିକେଟ ଖେଳି ସାରିଛି । କିନ୍ତୁ ଯଦି ସେ ଆଇପିଏଲରେ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି ତେବେ ଆଗକୁ ମଧ୍ୟ ଟି-20 ଖେଳିବେ ।

ଏଥିରୁ ଏକ ପ୍ରକାର ନିଶ୍ଚିତ ହୋଇଛି ଯେ ଚଳିତ ବର୍ଷ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଠାରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପରେ ଭାରତୀୟ ଟିମରେ ଖେଳିବେ ଧୋନି । ତେବେ 2019 ଜୁଲାଇ ଠାରୁ ଧୋନି କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି, କିନ୍ତୁ ସେ ଅବସର ନେବା ନେଇ ସିଧାସଳଖ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନାହାଁନ୍ତି । ଏମିତିରେ ସେ ଯଦି ଟି-20 ବିଶ୍ବକପ ଖେଳନ୍ତି ତେବେ ତାଙ୍କ ଅନୁଭବ ଟିମ ପାଇଁ ବେଶ ଲାଭ ଦାୟକ ହେବ ।

ଆଇପିଏଲରେ ତାଙ୍କ ଖେଳିବାକୁ ବିଶ୍ବକପର ପ୍ରସ୍ତୁତି ବୋଲି ମନେ କରାଯାଉଛି । ତେବେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଗସ୍ତରେ ଧୋନିଙ୍କ ଚୟନ ହେଉଛି ନା ନାହିଁ ସେନେଇ ବେଶ ଉତ୍ସାହିତ ଅଛନ୍ତି ମାହିଙ୍କ ଫ୍ୟାନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.