ETV Bharat / sports

ରଣଜୀ ଟ୍ରଫି: ଆସାମ ବିପକ୍ଷରେ ଦୃଢ଼ ସ୍ଥିତିରେ ଓଡିଶା

କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଆସାମ ବିପକ୍ଷ ରଣଜୀ ମ୍ୟାଚରେ, ଦୃଢ଼ ସ୍ଥିତିରେ ପହଞ୍ଚିଛି ଓଡିଶା । ପ୍ରଥମ ଦିନରେ 3 ୱିକେଟ ହରାଇ ଓଡିଶା 215 ରନ ସଂଗ୍ରହ କରିନେଇଛି । ଅଧିକ ପଢନ୍ତୁ...

author img

By

Published : Jan 27, 2020, 6:37 PM IST

Ranjy Trophy, OD Vs Assam
ରଣଜୀ ଟ୍ରଫି

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଆସାମ ବିପକ୍ଷ ରଣଜୀ ମ୍ୟାଚରେ ଦୃଢ଼ ସ୍ଥିତିରେ ପହଞ୍ଚିଛି ଓଡିଶା । ପ୍ରଥମ ଦିନରେ 3 ୱିକେଟ ହରାଇ ଓଡିଶା 215 ରନ ସଂଗ୍ରହ କରିନେଇଛି । ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ ଓ ଗୋବିନ୍ଦ ପୋଦ୍ଦାରଙ୍କ ଚିତାକର୍ଶକ ଅର୍ଧଶତକ ବଳରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡିଶା, ପ୍ରଥମ ଦିନ ଖେଳ ଶେଷ ସୁଧା 3 ୱିକେଟ ହରାଇ ସଂଗ୍ରହ କରିଛି 215 ରନ । ଦୁଇ ଓଡିଶା ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ମଧ୍ୟରେ 96 ରନର ପାର୍ଟନରସିପ ହୋଇଥିଲା । ଉଭୟ ଯଥାକ୍ରମେ 66 ଓ 58 ରନ କରିଥିଲେ । ଅନୁରାଗଙ୍କ ୱିକେଟ ପତନ ପରେ ପିଚକୁ ଆସିଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ତେବେ କ୍ୟାପଟେନ ଶୁଭ୍ରାଂଶୁ ଖାତା ଖୋଲିବା ପୂର୍ବରୁ ଦୁର୍ଭାଗ୍ୟଜନକ ଭାବେ ଆଉଟ ହୋଇଥିଲେ । ମାତ୍ର ଭେଟେରାନ ଗୋବିନ୍ଦ ପୋଦ୍ଦାର 54 ଓ ବିପ୍ଳବ ସାମନ୍ତରାୟ 32 ରନ କରି ଅପରାଜିତ ଅଛନ୍ତି ।

6ଟି ମ୍ୟାଚରୁ 4 ଟିରେ ବିଜୟ ହାସଲ କରି ଓଡିଶା 28 ପଏଣ୍ଟ ସହ ଗୃପ ସି ରେ ଦ୍ବିତୀୟ ସ୍ଥାନରେ ରହିଛି । ତେବେ ପୂର୍ବ ମ୍ୟାଚରେ ଜାମ୍ମୁକାଶ୍ମୀର ବିପକ୍ଷରେ ପରାଜିତ ହୋଇଥିବା ଓଡିଶା । ଫଳରେ ଘରୋଇ ଗ୍ରାଉଣ୍ଡରେ ଆସାମକୁ ମାତ ଦେଇ କ୍ବାର୍ଟଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଓଡିଶା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରଣଜୀ ଟ୍ରଫି । ଆସାମ ବିପକ୍ଷ ମ୍ୟାଚ ରେ ଦୃଢ଼ ସ୍ଥିତି ରେ ଓଡିଶା । ଡ୍ରିମ୍ସ ଗ୍ରାଉଣ୍ଡ ରେ ଖେଳାଯାଇଥିବା ଭ୍ରମଣକାରୀ ଆସାମ ବିପକ୍ଷ ରେ ପ୍ରଥମ ଦିନରେ 3 ୱେକେଟ ହରାଇ ଓଡିଶା ସଂଗ୍ରହ କରିଛି 215 ରନ । ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ ଓ ଗୋବିନ୍ଦ ପୋଦ୍ଦାର ଙ୍କ ଚିତାକର୍ସକ ଅର୍ଧଶତକ ବଳରେ ଓଡିଶା ଦୃଢ଼ ସ୍ଥିତି ରେ ପହଁଚିଛି ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ପ୍ରଥମ ଦିନ ସୁଧା 3 ୱେକେଟ ହରାଇ ସଂଗ୍ରହ କରିଛି 215 ରନ । ପ୍ରାରମ୍ଭିକ ଯୋଡି ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ 96 ରନ ର ପାର୍ଟନରସିପ ହୋଇଥିଲା । ଉଭୟ ଯଥାକ୍ରମେ 66 ଓ 58 ରନ କରିଥିଲେ । ଅନୁରାଗ ଙ୍କ ୱେକେଟ ପତନ ପରେ ପିଚ କୁ ଆସିଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ହେଲେ ଖାତା ଖୋଲିବା ପୂର୍ବରୁ ରଞ୍ଜିତ ମାଲି ଙ୍କ ଶିକାର ହୋଇ ପାଭିଲିୟନ ଫେରି ଯାଇଥିଲେ ସେ ।

ଏହାପରେ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ହୁସିଆର ସହ ଖେଳି ପ୍ରଥମ ଦିନ ଖେଳ କୁ ସମାପ୍ତ କରିଥିଲେ । ଗୋବିନ୍ଦ 143 ବଲରୁ 53 ରନ କରିଥିଲା ବେଳେ ବିପ୍ଳବ 82 ବଲରୁ 32 ରନ କରି ପିଚ ରେ ଉଭୟ ଅପରାଜିତ ରହିଛନ୍ତି ।

ଛଟି ମ୍ୟାଚ ରୁ 4 ଟି ରେ ବିଜୟ ହାସଲ କରି 28 ପଏଣ୍ଟ ପାଇ ସି ଗୃପ ରେ ଦ୍ୱିତୀୟ ସ୍ଥାନ ରେ ରହିଛି ଓଡିଶା । ତେବେ ଗତ ମ୍ୟାଚ ରେ ଜମ୍ମୁ କଶ୍ମୀର ବିପକ୍ଷ ରେ ପରାଜୟ ପରେ ଦଳ ଏହି ମ୍ୟାଚ କୁ ଜିତି କ୍ୱାଟର ଫାଇନଲ ରେ ପ୍ରବେଶ କରିବାକୁ ଦୃଢ଼ ନିିଷ୍ପଟି ନେଇଛି ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.