ମେଲବୋର୍ଣ୍ଣ: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଙ୍ଗଳବାର କାମଚଳା କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କୁ 'ଚତୁର କ୍ୟାପଟେନ' କହିଛନ୍ତି । ଏଥିସହ ଶାସ୍ତ୍ରୀ କହିଛନ୍ତି ରାହାଣେଙ୍କ ଶାନ୍ତ ସ୍ବଭାବ, ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ସଂପୂର୍ଣ୍ଣ ବିପରୀତ । ବିରାଟ ସର୍ବଦା ଜୋସ୍ ଓ ଆକ୍ରମଣାତ୍ମକ ଅନ୍ଦାଜରେ ମଜି ରହିଥାନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଶତକ ହାସଲ କରିବା ପରେ, ପ୍ରଭାବୀ ଅଧିନାୟକତ୍ବ ପାଇଁ ରାହାଣେଙ୍କୁ ପ୍ରଶଂସା କରାଯାଉଛି ।
ଦ୍ବିତୀୟ ଟେଷ୍ଟକୁ ଭାରତ 8 ୱିକେଟରେ ଜିତିବା ପରେ ଶାସ୍ତ୍ରୀ କହିଛନ୍ତି, "ମ୍ୟାଚ ଅଧାରୁ ଉମେଶଙ୍କ ଅନୁପସ୍ଥିତିରେ ରାହାଣେ ବିଚଳିତ ହୋଇନଥିଲେ । ତାଙ୍କର ଶାନ୍ତ ସ୍ବଭାବ ନୂଆ ଖେଳାଳି ଓ ବୋଲରଙ୍କ ପାଇଁ ଫାଇଦାମାନ ସାବ୍ୟସ୍ତ ହୋଇଥିଲା । ସେ ବେଶ ଚତୁର ଅଧିନାୟକ ଓ ଖେଳକୁ ଭଲଭାବେ ପଢିପାରନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ