ETV Bharat / sports

କ୍ରିକେଟ ଦକ୍ଷିଣ ଆଫ୍ରିକା ବାର୍ଷିକ ଆୱାର୍ଡ: ଶ୍ରେଷ୍ଠ କ୍ରିକେଟର କ୍ବିଣ୍ଟନ ଡିକକ-ଲାଉରା ୱଲଭାର୍ଡଟ

author img

By

Published : Jul 5, 2020, 2:49 PM IST

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଛି । ଏହି ଅବସରରେ କ୍ୟାପଟେନ କ୍ବିଣ୍ଟନ ଡି କକଙ୍କୁ ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟର ଅଫ ଦ ଇୟର ଓ ଲାଉରା ୱଲଭାର୍ଡଟଙ୍କୁ ମହିଳା କ୍ରିକେଟର ଅଫ ଦ ଇୟର ଆୱାର୍ଡ ମିଳିଛି ।

Quinton de kock, Laura Wolvaardt win top honours at CSA Award
କ୍ରିକେଟ ଦକ୍ଷିଣ ଆଫ୍ରିକା ବାର୍ଷିକ ଆୱାର୍ଡ: ଶ୍ରେଷ୍ଠ କ୍ରିକେଟର କ୍ବିଣ୍ଟନ ଡିକକ-ଲାଉରା ୱଲଭାର୍ଡଟ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଛି । ଏହି ଅବସରରେ କ୍ୟାପଟେନ କ୍ବିଣ୍ଟନ ଡି କକଙ୍କୁ ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟର ଅଫ ଦ ଇୟର ଆୱାର୍ଡ ମିଳିଛି । ସେହିପରି ଶ୍ରେଷ୍ଠ ମହିଳା କ୍ରିକେଟର ଅଫ ଦ ଇୟର ଆୱାର୍ଡ ଲାଉରା ୱଲଭାର୍ଡଟଙ୍କୁ ମିଳିଛି ।

କୋରୋନା ଭାଇରସ ଲକଡାଉନ କାରଣରୁ ପାରମ୍ପରିକ CSA ଆୱାର୍ଡ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିନଥିଲା । ଫଳରେ ବୋର୍ଡ ପକ୍ଷରୁ ଏକ ଭର୍ଚୁଆଲ ପୁରୁସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନିକଟରେ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଭାର ପାଇଥିବା ୱିକେଟ କିପର ବ୍ୟାଟ୍ସମ୍ୟାନ ଡି କକ୍ ଟେଷ୍ଟ ପ୍ଲଆର ଅଫ ଦ ଇୟର ମଧ୍ୟ ହୋଇଛନ୍ତି ।

ପୂର୍ବରୁ ଦକ୍ଷିଣ ଆଫ୍ରିକାର ସମ୍ମାନ ଜନକ ଆୱାର୍ଡ ହାସଲ କାରୀ ଖେଳାଳି ଭାବେ ଭେଟେରାନ ଜାକ କାଲିସ, 2004 ଓ 2011ରେ ମକାୟା ଏଣ୍ଟିନି, 2005 ଓ 2006ରେ ହାସିମ ଅମଲା, 2010 ଓ 2013ରେ ଏବି ଡି ଭିଲର୍ସ, 2014 ଓ 2015, 2016 ଓ 2018ରେ କାଗିସୋ ରାବାଡା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.