ETV Bharat / sports

ପୂଜାରାଙ୍କୁ ନେଇ ଇଂଲଣ୍ଡ କ୍ୟାମ୍ପ୍‌ରେ କମ୍ପନ !

author img

By

Published : Feb 4, 2021, 5:22 PM IST

ପୂଜାରାଙ୍କ ୱିକେଟ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ । ଅଧିକ ପଢନ୍ତୁ...

Pujara will be huge wicket for us: Root
ପୂଜାରାଙ୍କୁ ନେଇ ଇଂଲଣ୍ଡ କ୍ୟାମ୍ପ୍‌ରେ କମ୍ପନ !

ଚେନ୍ନାଇ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ତେବେ ପ୍ରଥମ ଟେଷ୍ଟ ପୂର୍ବରୁ ଇଂଲିସ କ୍ୟାମ୍ପରେ ଭାରତୀୟ ଅଭିଜ୍ଞ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରାଙ୍କୁ ନେଇ କମ୍ପନ ସୃଷ୍ଟି ହୋଇଛି । ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟଙ୍କ କିଛି ଟିପ୍ପଣୀ ଏପରି ବୟାନ କରୁଛି ।

ରୁଟ୍‌ ସାମ୍ବାଦିକ ସମ୍ମିଳନୀରେ ପୂଜାରାଙ୍କୁ ଚମତ୍କାର ଖେଳାଳି ବୋଲି କହିଛନ୍ତି । ଏଥିସହ "ପୂଜାରାଙ୍କ ଭଳି ଖେଳାଳିଙ୍କ ସହ ୟର୍କସାୟର(କାଉଣ୍ଟି କ୍ରିକେଟ କ୍ଳବ)ରେ ଏକାଠି ଖେଳିବାର ସୌଭାଗ୍ୟ ମିଳିଥିବାରୁ କୃତଜ୍ଞ । କ୍ରିକେଟ ପ୍ରତି ତାଙ୍କ ଭଲପାଇବା, ବ୍ୟାଟିଂ ଶୈଳୀ ଓ ଅନେକ କିଛି ଶିକ୍ଷା କରିବାର ଅଛି । ଏହା ବାସ୍ତବିକ କୌତୁହଳପୂର୍ଣ୍ଣ ବୋଲି କହିବା ସହ ପୂଜାରାଙ୍କୁ ପ୍ରଶଂସା କରିଛନ୍ତି ରୁଟ୍‌ । ଏଥିସହ ପୂଜାରାଙ୍କ ୱିକେଟ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କହିଛନ୍ତି ।

ରାଜକୋଟ ଜନ୍ମିତ ପୂଜାରା ନିକଟରେ ଶେଷ ହୋଇଥିବା ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ନିଜର ସ୍ବତନ୍ତ୍ରତା ପ୍ରମାଣିତ କରିଥିଲେ । 3ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ସିରିଜରେ ପଛୁଆ ଥିବା ଭାରତୀୟ ଦଳକୁ ଜିତାଇବାରେ ଅନ୍ୟତମ ପ୍ରମୁଖ ଭୂମିକା ନିଭାଇଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, 900ରୁ ଅଧିକ ବଲର ସାମ୍ନା ଏକାକି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.