ମୁମ୍ବାଇ: ଷ୍ଟାଡିୟମରେ ସିଏଏ ଏବଂ ଏନଆରସିକୁ ବିରୋଧ । ଖେଳ ଦେଖୁଥିବା ଦର୍ଶକ କରିଛନ୍ତି ବିରୋଧ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ମ୍ୟାଚରେ ଏହା ଦେଖିବାକୁ ମିଳିଛି । ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ NRC ଓ CAAକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ପରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।


ତେବେ ଉଲ୍ଲେଖଥାଉ କି, ମ୍ୟାଚ ପୂର୍ବରୁ ଷ୍ଟାଡିମୟ ଭିତରକୁ କଳା ପୋଷାକ ବ୍ୟାନ ହୋଇଥିବା ଷ୍ଟାଡିୟମ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ମାତ୍ର ବହୁ ସଂଖ୍ୟାରେ ଲୋକେ କଳା ପୋଷାକ ପିନ୍ଧି ପାଭିଲିଅନରେ ବସିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କିଛି ଯୁବକ NO-NRC ଓ NO-CAA ଲେଖାଥିବା ଧଳା ଟି-ସାର୍ଟ ପିନ୍ଧି ନାରାବାଜି କରିଥିଲେ ।
ସୂଚନାଯୋଗ୍ୟ, ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 255ରନରେ ଅଲଆଉଟ ହୋଇଛି ଘରୋଇ ଦଳ । ତେବେ ଦଳର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଅତିଥି ଅଷ୍ଟ୍ରେଲିଆ ଆଗାରେ 256ରନ ବିଜୟ ଲକ୍ଷ୍ୟ ରହିଛି ।