ETV Bharat / sports

ଜାତୀୟ କ୍ରୀଡା ଆଓ୍ବାର୍ଡ: ପୁରସ୍କାର ରାଶି ବୃଦ୍ଧି ସମ୍ଭାବନା - ଜାତୀୟ କ୍ରୀଡା ପୁରସ୍କାର

ନ୍ୟାସନାଲ ସ୍ପୋର୍ଟ୍ସ ଆୱାର୍ଡ ବିଜେତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ନ୍ୟାସନାଲ ସ୍ପୋର୍ଟ୍ସ ଆୱାର୍ଡ ପୁରସ୍କାର ରାଶି ଦୁଇ ଗୁଣା ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରୀଡା ମନ୍ତ୍ରଣାଳୟର ସୁତ୍ରରୁ ସୂଚନା ଅନୁଯାୟୀ, ପୁରସ୍କାର ରାଶିରେ ବୃଦ୍ଧି ପ୍ରସ୍ତାବ ନେଇ ବିଚାର କରାଯାଉଛି ।

Prize money for National Sports Awards likely to see massive jump
ଜାତୀୟ କ୍ରୀଡା ପୁରସ୍କାର ବିଜେତା ପୁରସ୍କାର ରାଶି ବୃଦ୍ଧି ସମ୍ଭାବନା
author img

By

Published : Aug 20, 2020, 6:33 PM IST

ନୂଆଦିଲ୍ଲୀ: ନ୍ୟାସନାଲ ସ୍ପୋର୍ଟ୍ସ ଆୱାର୍ଡ ବିଜେତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ନ୍ୟାସନାଲ ସ୍ପୋର୍ଟ୍ସ ଆୱାର୍ଡ ପୁରସ୍କାର ରାଶି ଦୁଇ ଗୁଣା ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରୀଡା ମନ୍ତ୍ରଣାଳୟର ସୁତ୍ରରୁ ସୂଚନା ଅନୁଯାୟୀ, ପୁରସ୍କାର ରାଶିରେ ବୃଦ୍ଧି ପ୍ରସ୍ତାବ ନେଇ ବିଚାର କରାଯାଉଛି । ମାତ୍ର ଏଯାବତ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡିଛି ।

ଏହି ପ୍ରସ୍ତାବ ଅନୁଯାୟୀ, ରାଜୀବ ଗାନ୍ଧି ଖେଳ ରତ୍ନ ବିଜେତାଙ୍କୁ 25 ଲକ୍ଷ ଟଙ୍କା ମିଳିବ । ପୂର୍ବରୁ ପୁରସ୍କାର ରାଶି 7.5 ଲକ୍ଷ ରହିଥିଲା । ସେହିପରି ଅର୍ଜୁନ ଆୱାର୍ଡ ବିଜେତାଙ୍କୁ ପୁରସ୍କାର ରାଶି ଆକାରରେ 15 ଲକ୍ଷ୍ୟ ଟଙ୍କା ମିଳିବ । ପୂର୍ବରୁ ଏହାର ପରିମାଣ 5 ଲକ୍ଷ ରହିଥିଲା ।

ଦ୍ରୋଣାଚାର୍ଯ୍ୟ ଓ ଲାଇଫ ଟାଇମ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପୁରସ୍କାର ରାଶି 5 ଲକ୍ଷ ବଦଳରେ 15 ଲକ୍ଷ ପ୍ରଦାନ କରାଯିବ । ନିୟମିତ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପୁରସ୍କାର ରାଶି 10 ଲକ୍ଷକୁ ବୃଦ୍ଧି ହୋଇପାରେ । ତେବେ ବର୍ଦ୍ଧିତ ପୁରସ୍କାର ରାଶି ଚଳିତ ବର୍ଷରୁ ମନ୍ତ୍ରଣାଳୟ ଲାଗୁ କରିବା ଲକ୍ଷ୍ୟରେ ରହିଛି । ମାତ୍ର ଏହି ପ୍ରସ୍ତାବ ଗୃହୀତ ହୋଇନଥିବାବେଳେ, ଚର୍ଚ୍ଚା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.