ଭୁବନେଶ୍ବର: ବାରବାଟୀକୁ ଫେରିଛି ଆନ୍ତର୍ଜାତିକ ମ୍ୟାଚ । ଡିସେମ୍ବର 22ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏନେଇ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ପୋଲିସ କମିଶନରେଟ କାର୍ଯାଳୟରେ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି ।
ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ବାରବାଟୀ ଅଧିକାରୀ ଉପସ୍ଥିତ ଅଛନ୍ତି । ବାରବାଟୀରେ ଦର୍ଶକଙ୍କ ସିଟିଂ ଆରେଞ୍ଜମେଣ୍ଟ, ଟ୍ରାଫିକ ପରିଚାଳନା, ଖେଳାଳି ଓ ଷ୍ଟାଡିୟମର ସୁରକ୍ଷା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ।
ମ୍ୟାଚ ସମୟରେ ପଡିଆ ଭିତରକୁ କେଉଁ ଜିନିଷ ନିଷେଧ ରହିବ ଏବଂ ଦର୍ଶକଙ୍କ ସୁବିଧା ପାଇଁ କଣ ନୂତନ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ହେବ । ବିଶେଷ କରି ସୁରକ୍ଷା ନେଇ ବୈଠକରେ ଆଲୋଚନା ହେବ । ଅନ୍ୟପଟେ ଡିସେମ୍ବର ୨୨ ମ୍ୟାଚ ପାଇଁ ବାରବାଟୀରେ ଷ୍ଟାଡିୟମକୁ ମଧ୍ୟ ନବୀକରଣ କରାଯାଉଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ