ETV Bharat / sports

'ସାନିଟାଇଜର ମହଜୁଦ ଅଛି, ଆମେ ହାତ ମିଳେଇବୁ' - ହାତ ମିଳାଇବାକୁ କୁଣ୍ଠାବୋଧ

'ଅଷ୍ଟ୍ରେଲିଆ ଖେଳାଳିଙ୍କ କିଟ୍‌ବ୍ୟାଗରେ ଯଥେଷ୍ଟ ସଂଖ୍ୟାରେ ସାନିଟାଇଜର କହିଛି । ସେଥିପାଇଁ ଟିମ ହାତ ମିଳାଇବାକୁ କୁଣ୍ଠାବୋଧ କରିବ ନାହିଁ ' । କୋରୋନା ଭାଇରସକୁ ନେଇ ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର ଏହା କହିଛନ୍ତି ।

handshakes amid coronavirus scare
'ସାନିଟାଇଜର ମହଜୁଦ ଅଛି, ଆମେ ହାତ ମିଳେଇବୁ'
author img

By

Published : Mar 9, 2020, 12:53 PM IST

ହାଇଦ୍ରାବାଦ: କୋରୋନା ଭାଇରସକୁ ନେଇ ଆତଙ୍କିତ ବିଶ୍ୱ । ଏହି ମାରାତ୍ମକ ଭାଇରସରେ ଏଯାବତ 3,831 ଜୀବନ ଯାଇସାରିଲାଣି । ପ୍ରାୟ 43,965 ଜଣ COVID-19 କୋରୋନା ଭୂତାଣୁରେ ସଂକ୍ରମିତ ଅଛନ୍ତି । ସେଥିମଧ୍ୟରୁ 5,977 ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ତେବେ ଏପରି ସମୟରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର, କୋରୋନା ଭାଇରସକୁ ନେଇ ମତ ରଖିଛନ୍ତି । 'ଅଷ୍ଟ୍ରେଲିଆ ଖେଳାଳିଙ୍କ କିଟ୍‌ବ୍ୟାଗରେ ଯଥେଷ୍ଟ ସଂଖ୍ୟାରେ ସାନିଟାଇଜର କହିଛି । ସେଥିପାଇଁ ଟିମ ହାତ ମିଳାଇବାକୁ କୁଣ୍ଠାବୋଧ କରିବ ନାହିଁ ' ବୋଲି ସେ କହିଛନ୍ତି ।

ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ଅଷ୍ଟ୍ରେଲିଆ ପାରମ୍ପରିକ ହାତ ମିଳାଇବା ଜାରି ରଖିବ । ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା 0-3ରେ ସିରିଜ ପରାଜୟ ଭୋଗିଛି ଅଷ୍ଟ୍ରେଲିଆ । ତେବେ ପୂର୍ବରୁ ଇଂଲଣ୍ଡ ଖେଳାଳି, ଶ୍ରୀଲଙ୍କା ଗସ୍ତରେ ହାତ ମିଳାଇବେ ନାହିଁ ବୋଲି କ୍ୟାପଟେନ ଜୋ ରୁଟ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.