ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଆହ୍ବାନପୂର୍ଣ୍ଣ: ଭୁବନେଶ୍ବର କୁମାର - ay-night test against Australia

ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଖେଳିବା ଆହ୍ବାନପୂର୍ଣ୍ଣ । ଏହା କହିଛନ୍ତି ଟିମ ଇଣ୍ଡିଆ ବୋଲର ଭୁବନେଶ୍ବର କୁମାର ।

Playing day-night test against Australia would be challenging: Bhubaneswar Kumar
ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଆହ୍ବାନପୂର୍ଣ୍ଣ: ଭୁବନେଶ୍ବର କୁମାର
author img

By

Published : Jul 18, 2020, 3:31 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଖେଳିବା ଆହ୍ବାନପୂର୍ଣ୍ଣ । ଏହା କହିଛନ୍ତି ଟିମ ଇଣ୍ଡିଆ ବୋଲର ଭୁବନେଶ୍ବର କୁମାର । ଟିମ ପେନ ନେତୃତାଧୀନ ଅଷ୍ଟ୍ରେଲିଆ ଦଳ ପିଙ୍କ ବଲରେ ଅଧିକ ମ୍ୟାଚ ଖେଳିଥିବାରୁ ଏପରି ଆଶଙ୍କା କରିଛନ୍ତି ଭୁବନେଶ୍ବର ।

ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର ସୂଚୀ ରହିଛି । 4ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଡିସେମ୍ବର 4ରେ ବ୍ରିସବେନରେ ଖେଳାଯିବା ନେଇ ସୂଚୀ ରହିଛି । ସିରିଜର 2ୟ ଟେଷ୍ଟ ଆଡିଲେଡରେ ପିଙ୍କ୍ ବଲ ଟେଷ୍ଟ ଖେଳାଯିବ ।

ଦୀର୍ଘ ଦିନ ପରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ସେଥିପାଇଁ ଏହି ସିରିଜ ପାଇଁ ସମସ୍ତ ଉତ୍ସାହିତ ଥିବା ଭୁବନେଶ୍ବର କୁମାର କହିଛନ୍ତି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ତେବେ ଅଷ୍ଟ୍ରେଲିଆ ଗସ୍ତରେ ଯିବାପରେ କ୍ବାରେଣ୍ଟାଇନରେ ଖେଳାଳିଙ୍କୁ ରହିବାକୁ ହେବ ।

ଭାରତୀୟ ପେସ ବୋଲିଂ ଆଟାକ ଜଶପ୍ରୀତ ବୁମରା, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ଭୁବନେଶ୍ବର କୁମାରଙ୍କୁ ନେଇ ବେଶ ଶକ୍ତିଶାଳୀ ରହିଛି । ଟିମ ଇଣ୍ଡିଆର ପୂର୍ବ ଗସ୍ତରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ହରାଇ ଐତିହାସିକ ଟେଷ୍ଟ ସିରଜ ବିଜୟୀ ହୋଇଥିଲା ବିରାଟ ବାହିନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.