ETV Bharat / sports

ଧୋତି-କୁର୍ତ୍ତା ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଲେ ଖେଳାଳି, ସଂସ୍କୃତରେ ଚାଲିଛି କମେଣ୍ଟ୍ରୀ - ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରୀ

ଭୋପାଳରେ ଏକ ସ୍ବତନ୍ତ୍ର କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା । ଏହି ମ୍ୟାଚରେ କୌଣସି ପ୍ରଫେସନାଲ କ୍ରିକେଟର ନଥିଲେ । ଗ୍ରାଉଣ୍ଡରେ ଥିଲେ ପଣ୍ଡିତମାନେ । ପିନ୍ଧିଥିଲେ ଧୋତି-କୁର୍ତ୍ତା । ଉକ୍ତ ମ୍ୟାଚରେ କମେଣ୍ଟ୍ରୀ ସଂସ୍କୃତ ଭାଷାରେ ଶୁଣିବାକୁ ମିଳିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଧୋତି- କୁର୍ତ୍ତା ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଲେ ଖେଳାଳି, ସଂସ୍କୃତରେ ଚାଲିଛି କମେଣ୍ଟ୍ରୀ

author img

By

Published : Jan 11, 2021, 12:52 PM IST

ଭୋପାଳ: ଭାରତୀୟମାନେ କ୍ରିକେଟକୁ ନେଇ କେତେ ପାଗଳ ତାହା ସାରା ବିଶ୍ବକୁ ଜଣା । ତେବେ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଭୋପାଳ ମହର୍ଷି ବୈଦିକ ପରିବାର ପକ୍ଷରୁ ଗତକାଲି(ରବିବାର) ଏକ ସ୍ବତନ୍ତ୍ର କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା ।

ଏହି ମ୍ୟାଚରେ କୌଣସି ପ୍ରଫେସନାଲ କ୍ରିକେଟର ନଥିଲେ । ଗ୍ରାଉଣ୍ଡରେ ଥିଲେ ପଣ୍ଡିତମାନେ । ଆଉ ସେମାନେ କୌଣସି ସ୍ପୋର୍ଟସ ଜର୍ସିରେ ନଥିଲେ । ପିନ୍ଧିଥିଲେ ଧୋତି-କୁର୍ତ୍ତା । ଆହୁରି ଖେଳରେ ବେଶି ଉତ୍ସାହ ବଢିଯାଇଥିଲା ଯେତେବେଳେ କମେଣ୍ଟ୍ରୀ ସଂସ୍କୃତ ଭାଷାରେ ଶୁଣିବାକୁ ମିଳିଥିଲା । ଏଥିସହ ପଣ୍ଡିତମାନେ ମ୍ୟାଚରେ ଛକା ଚୌକାର ବର୍ଷା କରିଥିଲେ ।

  • Madhya Pradesh: During a cricket match organised by Maharishi Vedic Parivar, all players wore dhoti and mundu and the commentary was done in Sanskrit language in Bhopal yesterday. pic.twitter.com/VmXYrvpGtQ

    — ANI (@ANI) January 10, 2021 " class="align-text-top noRightClick twitterSection" data=" ">

ତେବେ ସଂସ୍କୃତି ବଞ୍ଚାଅ ମଞ୍ଚର ଚନ୍ଦ୍ରଶେଖର ତିଓ୍ବାରୀ କହିଛନ୍ତି ଯେ, ପ୍ରାଚୀନ ଭାଷା ସଂସ୍କୃତ ପ୍ରତି ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ସ୍ବତନ୍ତ୍ର କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା ।

ଏହି କ୍ରିକେଟ ମ୍ୟାଚ କେବଳ ଭୋପାଳରେ ନୁହେଁ ସମ୍ପୂର୍ଣ୍ଣ ଏମପିର ଆକର୍ଷଣର କେନ୍ଦ୍ର ପାଲଟିଛି ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.