ETV Bharat / sports

କାହାକୁ କୋଚ ବାଛିବେ କପିଲ ? - Kapil Dev says on Picking coach

ମୁଖ୍ୟ କୋଚ ବାଛିବାର ଦାୟିତ୍ବ କ୍ରିକେଟ ଆଡଭାଇଜାରୀ କମିଟି(CAC) ଉପରେ ରହିଛି । ଏହି 3 ଜଣିଆ କମିଟିର ମୁଖ୍ୟ ଅଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ତେବେ କୋଚ ଚୟନ କରିବା କଷ୍ଟ ନୁହେଁ କହିଛନ୍ତି କପିଲ ଦେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 2, 2019, 9:43 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମୁଖ୍ୟ କୋଚ ସମେତ ସପୋର୍ଟ ଷ୍ଟାଫ ଲାଗି ଆବେଦନ ଗ୍ରହଣ କରିଛି ବିସିସିଆଇ । ତେବେ ମୁଖ୍ୟ କୋଚ ବାଛିବାର ଦାୟିତ୍ବ କ୍ରିକେଟ ଆଡଭାଇଜାରୀ କମିଟି(CAC) ଉପରେ ରହିଛି । ଏହି 3 ଜଣିଆ କମିଟିର ମୁଖ୍ୟ ଅଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । କମିଟରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଅଂଶୁମାନ ଗାଏକ୍ବାଡ ଓ ସନ୍ଥା ରଙ୍ଗାସ୍ବାମୀ ଅଛନ୍ତି ।

ତେବେ କୋଚ ଚୟନ କରିବା କଷ୍ଟ ନୁହେଁ କହିଛନ୍ତି କପିଲ ଦେବ । କପିଲ କୌଣସି ବି ପରିସ୍ଥିତିରେ ନିଜ ବ୍ୟବହାରରେ ଚାପକୁ ପ୍ରଦର୍ଶନ କରନ୍ତିନାହିଁ । ମାତ୍ର ଦୃଢ ଭାବରେ ନିଷ୍ପତ୍ତି, ଏକଗ୍ରତା ଓ ଉଚ୍ଚ ମନୋବଳ ନେଇ କାର୍ଯ୍ୟ କରିବା କପିଲଙ୍କ ପାଖେ ଦେଖାଯାଏ । ସେ କ୍ରିକେଟ ଖେଳୁଥିବା ସମୟରେ ମଧ୍ୟ କୌଣସି ପରସ୍ଥିତିରେ ମୁଣ୍ଡ ନୁଆନ୍ତିନାହିଁ । ବରଂ କଠିନ ସମୟରେ ଅଧିକ ଧୈର୍ଯ୍ୟର ସହ ମୁକାବିଲା କରନ୍ତି । ଏହା ବିଶ୍ବକପ ମ୍ୟାଚରେ ମଧ୍ୟ ସେ କରି ଦେଖାଇଛନ୍ତି ।

ତେବେ କପିଲଙ୍କ କାମକୁ ସହଜ କରିଛି କୋହଲିଙ୍କ ମତ । ରବି ଶାସ୍ତ୍ରୀ କୋଚ ରହିଲେ ଅଧିକ ଖୁସି ହେବେ ବୋଲି କ୍ୟାପଟେନ କୋହଲି ମତ ରଖିସାରିଛନ୍ତି । ସମସ୍ତଙ୍କ ମତର ସମ୍ମାନ କରିବା ଉଚିତ ବୋଲି କପିଲ ସଂକେତ ଦେଇସାରିଛନ୍ତି । ତେଣୁ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ 2ୟ ପାଳି କୋଚ ରହିପାରନ୍ତି ବୋଲି ଅନୁମାନ କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.