ଖ୍ରୀଷ୍ଟଚର୍ଚ୍ଚ: ଆଜି (ଗୁରୁବାର) ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ବ୍ୟାଟିଂ କୋଚ ପଦରୁ ଇସ୍ତଫା ଦେଇଛନ୍ତି ପିଟର ଫଲଟନ । ଅଗଷ୍ଟ 2019ରେ କିୱି ଜାତୀୟ କ୍ରିକେଟ ଟିମର ବ୍ୟାଟିଂ କୋଚ ପଦରେ ନିଯୁକ୍ତ ହୋଇଥିଲେ । ଇଂଲଣ୍ଡ ଓ ଭାରତ ବିପକ୍ଷ ଘରୋଇ ସିରିଜ, ଶ୍ରୀଲଙ୍କା ଗସ୍ତରେ ଟିମର ବ୍ୟାଟିଂ କୋଚ ଭାର ସମ୍ଭାଳିଛନ୍ତି ।
ତେବେ ଫଲଟନ କାଣ୍ଟରବୁରୀ ପୁରୁଷ ଟିମର ନୂଆ ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ଅଗଷ୍ଟ ପହିଲାରୁ ସେ ଦାୟିତ୍ବ ଗ୍ରହଣ କରିବେ । ଜାତୀୟ ଟିମରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି ଫଲଟନ । ଏଥିସହିତ କାଣ୍ଟରବୁରୀ ପକ୍ଷରୁ ଆସିଥିବା ନିମନ୍ତ୍ରଣକୁ ସେ ଗ୍ରହଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।