ETV Bharat / sports

ପାକ୍‌-ଶ୍ରୀଲଙ୍କା ମଧ୍ୟରେ ଅଣ୍ଡର-19 କ୍ରିକେଟ୍‌ ସିରିଜ୍‌ ସ୍ଥଗିତ

କ୍ରମାଗତ ଭାବେ ଶ୍ରୀଲଙ୍କାରେ ଆତଙ୍କୀ ଆକ୍ରମଣ ହେବାରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି । ଏହାକୁ ନଜରରେ ରଖି ଶ୍ରୀଲଙ୍କା କ୍ରିକେଟ୍‌  ବୋର୍ଡ  ନିଜ ଦେଶରେ ହେବାକୁ ଥିବା ଅଣ୍ଡର-19 ଟୁର୍ଣ୍ଣାମେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛି ।

ଡିଜାଇନ ଫଟୋ
author img

By

Published : Apr 28, 2019, 10:03 AM IST

ହାଇଦ୍ରାବାଦ: ଶ୍ରୀଲଙ୍କାରେ ଇଷ୍ଟର ଦିନ ହୋଇଥିବା ସିରିଜ୍‌ ବିସ୍ଫୋରଣରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା । ଏହାପରେ ମଧ୍ୟ ଆତଙ୍କୀ ଆକ୍ରମଣ ଦେଶରେ ଜାରି ରହିଛି । ଫଳରେ ଦେଶରେ ପରିସ୍ଥିତି ଅସାମାନ୍ୟ ରହିଛି । ତେଣୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ପାକିସ୍ତାନ ସହ ଖେଳିବାକୁ ଥିବା ଅଣ୍ଡର-19 ସିରିଜ୍‌କୁ ସ୍ଥିଗିତ କରିଛି । ପାକିସ୍ତାନର ଅଣ୍ଡର-19 ଟିମ୍‌ 30 ଏପ୍ରିଲ୍‌କୁ କଲେମ୍ବାକୁ ଆସିଥାନ୍ତା ।

u19 cricket
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

ସୂଚନାଥାଉକି, 2ଦେଶର ଅଣ୍ଡର-19 ଟିମ୍‌ 2ଟି ଚାରିଦିବସୀୟ ମ୍ୟାଚ୍‌ ଓ 3ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥାନ୍ତା । ଏହି ସିରିଜ୍‌ ଶ୍ରୀଲଙ୍କାର ଗଲା ଓ ହମ୍ବନଟୋଟାରେ ଆୟୋଜିତ ହୋଇଥାନ୍ତା ।

ତେବେ ପାକିସ୍ତାନ ବୋର୍ଡ ଟ୍ବିଟ୍‌ କରି ପାକ୍‌ ଖେଳାଳୀଙ୍କ ଶ୍ରୀଳଙ୍କା ଗସ୍ତ ବାତିଲ୍‌ ହୋଇଥିବା ସୂଚନା ଦେଇଛନ୍ତି ।
ପାକିସ୍ତାନ କ୍ରିକେଟ୍‌ ବୋର୍ଡ ନିର୍ଦ୍ଦେଶକ ଜାକିର ଖାନ୍‌ କହିଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଆମକୁ ସୂଚନା ଦେଇଛି ଯେ ବର୍ତ୍ତମାନ ପାଇଁ ଆମର ଅଣ୍ଡର-19 ଟିମ୍‌ ସହ ସିରିଜ୍‌ ଖେଳିବା ପାଇଁ ସକ୍ଷମ ନୁହେଁ ।
ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ 2 ବୋର୍ଡ ଏହି ସିରିଜ୍‌ର ବିକଳ୍ପକୁ ନେଇ ବିଚାର କରୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.