ETV Bharat / sports

ପାପୁଆ ନ୍ୟୁ ଗିନିକୁ ବଡ ସଫଳତା, ଖେଳିବ ଟି-20 ବିଶ୍ବକପ - ଟି-20 ବିଶ୍ବକପ

ଟି-20 ବିଶ୍ବକପ ଖେଳିବ ପାପୁଆ ନ୍ୟୁ ଗିନି । କେନିଆକୁ 45 ରନରେ ହରାଇବା ସହ ଅର୍ଜନ କରିଛି ଏହି ଯୋଗ୍ୟତା । ଅଧିକ ପଢ଼ନ୍ତୁ...

ପାପୁଆ ନ୍ୟୁ ଗିନି ଖେଳିବ ଟି-20 ବିଶ୍ବକପ
author img

By

Published : Oct 29, 2019, 10:02 AM IST

ହାଇଦ୍ରାବାଦ: ପୁରୁଷଙ୍କ ଆଇସିସି ଟି-20 ବିଶ୍ବକପରେ ନିଜର ସ୍ଥାନ ପକ୍କା କରିଛି ପାପୁଆ ନ୍ୟୁ ଗିନି । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ଠାରେ ଖେଳାଯିବ । ଦୁବାଇ ଠାରେ ଖେଳାଯାଇଥିବା କ୍ବାଲିଫାୟର ମ୍ୟାଚରେ ପାପୁଆ ନ୍ୟୁ ଗିନି କେନିଆକୁ 45 ରନରେ ହରାଇ ଏହି ଯୋଗ୍ୟତା ଅର୍ଜନ କରିଛି ।

ତେବେ, ପାପୁଆ ନ୍ୟୁ ଗିନିର ଭାଗ୍ୟ ନେଦରଲାଣ୍ଡ ଓ ସ୍କଟଲାଣ୍ଡର ମ୍ୟାଚ ଉପରେ ମଧ୍ୟ ନିର୍ଭର କରୁଥିଲା । ନେଦରଲାଣ୍ଡକୁ 12.3 ଓଭରରେ ସ୍କଟଲାଣ୍ଡକୁ ହରାଇବାର ଥିଲା, କିନ୍ତୁ ସେ ଏଥିରେ ସଫଳ ହୋଇ ପାରିନଥିଲା । ସ୍କଟଲାଣ୍ଡ 8 ୱିକେଟ ବିନିମୟରେ 130 ରନ କରିଥିଲା । ପ୍ରତି ଉତ୍ତରରେ ନେଦରଲାଣ୍ଡ ଟିମ 17 ଓଭରରେ 6 ୱିକେଟ ହରାଇ 131 ରନ କରି ମ୍ୟାଚ ଜିତି ନେଇଥିଲା । କିନ୍ତୁ ପାପୁଆ ନ୍ୟୁ ଗିନିକୁ ଟି-20 ବିଶ୍ବକପ ପାଇଁ କ୍ବାଲିଫାଇ କରିବାରୁ ଅଟକାଇ ପାରି ନଥିଲା । ଆଉ ଏଥି ସହିତ ପାପୁଆ ନ୍ୟୁ ଗିନି ରଚିଥିଲା ଇତିହାସ ।

papua new guinea, PNG qualifies,  t-20 world cup, ଟି-20 ବିଶ୍ବକପ, ପାପୁଆ ନ୍ୟୁ ଗିନି
ପାପୁଆ ନ୍ୟୁ ଗିନି ଖେଳିବ ଟି-20 ବିଶ୍ବକପ

ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପାପୁଆ ନ୍ୟୁ ଗିନି ଟିମ 4 ଓଭରରେ 6 ୱିକେଟ ହରାଇ 19 ରନ କରିଥିଲା । ଏତିକି ବେଳେ ନୋରମନ ୱାନୁଆ 48 ବଲରେ 54 ରନର ପାଳି ଖେଳିଥିଲେ । ଯାହା ଫଳରେ ପିଏନଜି ଟିମ 19.3 ଓଭରରେ 118 ରନ ସ୍କୋର କରିବାରେ ସଫଳ ହୋଇଥିଲା ।

119 ରନ ଲକ୍ଷ୍ୟକୁ ପିଛା କରିବା କେନିଆ ପାଇଁ କଷ୍ଟକର ହୋଇ ପଡିଥିଲା । କେବଳ 73 ରନରେ ଅଲଆଉଟ ହୋଇଯାଇଥିଲା କେନିଆ । ପିଏନଜି ପାଇଁ ନୋସାଇନା ପୋକାନା ଓ ଅସଦ ୱାଲା 3ଟି ଲେଖାଏଁ ୱିକେଟ ନେଇଥିଲେ । ଏହାସହ ଡେମିୟନ ରାବୁ ଓ ବାନୁଆ 2-2ଟି ୱିକେଟ ନେଇଥିଲେ । ଏହି ଜିତ ପରେ 6ଟି ମ୍ୟାଚରୁ 5ଟିରେ ଜିତ ହାସଲ କରି ଗ୍ରୁପ ଏ ର ଶୀର୍ଷରେ ରହିଛି ।

ପାପୁଆ ନ୍ୟୁ ଗିନି ସହ ଆୟଲାଣ୍ଡ ମଧ୍ୟ 6ଟି ମ୍ୟାଚରୁ 4ଟି ମ୍ୟାଚ ଜିତି ଗୃପ ବି ଶୀର୍ଷରେ ରହିବା ସହ ବିଶ୍ବକପ ପାଇଁ କ୍ବାଲିଫାଇ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.