ETV Bharat / sports

ୱାର୍ଣ୍ଣରଙ୍କୁ ପଛରେ ପକାଇବେ ପନ୍ତ

author img

By

Published : Apr 2, 2019, 11:38 PM IST

ରିଷଭ 4ଟି ଆଇପିଏଲ ସଂସ୍କରଣ ଖେଳି ଏ ପର୍ଯ୍ୟନ୍ତ ଦିଲ୍ଲୀ ପାଇଁ 42ଟି ମ୍ୟାଚରୁ ମୋଟ୍‌ 1401 ରନ ସଂଗ୍ରହ କରିଛନ୍ତି । ଆଉ 35 ରନ କରିଲେ ସେ ଦିଲ୍ଲୀ ପାଇଁ ସର୍ବାଧିକ ରନ ସଂଗ୍ରହ ତାଲିକାରେ 2ୟ ସ୍ଥାନକୁ ଉନ୍ନୀତ ହେବେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଇପିଏଲରେ ଉତ୍ତମ ପ୍ରଦର୍ଶନ କରି ଆଗାମୀ ବିଶ୍ବକପ ପାଇଁ ଏକ ପ୍ରମୁଖ ଦାବିଦାର ଭାବେ ଉଦ୍ଭାହୋଇଛନ୍ତି ରିଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ରିଷଭ ଏପର୍ଯ୍ୟନ୍ତ ଉଭୟ ବ୍ୟାଟିଂ ଓ ୱିକେଟ୍‌ କିପିଂରେ ଚତ୍ମକାର ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସେ ନିଜ ଦଳ ଦିଲ୍ଲୀ ପାଇଁ ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ।

ଏଥର ଆଇପିଏଲ୍ ରିଷଭଙ୍କର ଦିଲ୍ଲୀ ପାଇଁ 4ର୍ଥ ସିଜିନ । 4ଟି ସଂସ୍କରଣରୁ ଏପର୍ଯ୍ୟନ୍ତ ସେ 42ଟି ମ୍ୟାଚରୁ ମୋଟ୍‌ 1401 ରନ ସଂଗ୍ରହ କରିଛନ୍ତି । ସେ ଯଦି ଆଉ 35 ରନ କରିବେ ତେବେ ଦିଲ୍ଲୀ ପାଇଁ ସର୍ବାଧିକ ରନ ସଂଗ୍ରହ ତାଲିକାରେ ସେ 2ୟ ସ୍ଥାନକୁ ଉନ୍ନୀତ ହେବେ । ଏହି ତାଲିକାରେ ଏବେ ବୀରେନ୍ଦ୍ର ସେୱାଗ ଲିଡ କରୁଛନ୍ତି । ଦିଲ୍ଲୀ ପାଇଁ ସେୱାଗ ମୋଟ୍‌ 2175 ରନ କରିଛନ୍ତି ।

ଏହି ତାଲିକାରେ 2ୟ ସ୍ଥାନରେ ଡେଭିଡ୍‌ ୱାର୍ଣ୍ଣର ଅଛନ୍ତି । ସେ ମୋଟ୍‌ 1435 ରନ କରିଥିବାବେଳେ ପନ୍ତ ଆଉ 35 ରନ କଲେ ୱାର୍ଣ୍ଣରଙ୍କୁ ପଛରେ ପକାଇବେ । ଗତ କିଛି ସିଜିନରେ ହାଇଦ୍ରାବାଦ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆର ୱାର୍ଣ୍ଣର ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ (ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଖେଳିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ ଦିଲ୍ଲୀକୁ 14 ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ରିଷଭ 39 ରନ ସ୍କୋର କରି ଆଉଟ୍‌ ହୋଇଥିଲେ ।

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.