ETV Bharat / sports

ମାସର ଶ୍ରେଷ୍ଠ ଖେଳାଳି: ପନ୍ତ, ରୁଟ୍‌ ମନୋନୀତ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ମଙ୍ଗଳବାର ମାସର ଶ୍ରେଷ୍ଠ ଖେଳାଳି ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ନାମ ଘୋଷଣା କରିଛି । ଅଧିକ ପଢନ୍ତୁ...

author img

By

Published : Feb 2, 2021, 3:46 PM IST

ମାସର ଆଇସିସି ଶ୍ରେଷ୍ଠ ଖେଳାଳି: ପନ୍ତ, ରୁଟ୍‌ ମନୋନୀତ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ମଙ୍ଗଳବାର ମାସର ଶ୍ରେଷ୍ଠ ଖେଳାଳି ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ନାମ ଘୋଷଣା କରିଛି । କ୍ରିକେଟର ତିନୋଟି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ବର୍ଷ ତମାମ ଏହି ଆୱାର୍ଡ ପାଇଁ ପ୍ରତି ମାସରେ ଖେଳାଳିଙ୍କ ନାମ ଘୋଷଣା କରିବ ଆଇସିସି ।

ଜାନୁଆରୀ ମାସ ପାଇଁ ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ଭାରତର ଋଷଭ ପନ୍ତ, ଇଂଲଣ୍ଡର ଜୋ ରୁଟ ଓ ଆୟରଲାଣ୍ଡର ପଲ ଷ୍ଟ୍ରିଲିଂଙ୍କ ନାମ ମନୋନୀତ କରିଛି ଆଇସିସି । ସେହିପରି ମାସର ଶ୍ରେଷ୍ଠ ମହିଳା ଖେଳାଳି ପାଇଁ ପାକିସ୍ତାନର ଡାଏନା ବାଗ, ଦକ୍ଷିଣ ଆଫ୍ରିକାର ସାବନିମ ଇସମେଲ ଓ ମାରିଜାନେ କାପ ମନୋନୀତ ହୋଇଛନ୍ତି ।

ଋଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିଥିଲେ । ସିଡନୀରେ 97 ରନର ଇଂନିସ ଖେଳିବା ସହ ମ୍ୟାଚ ଡ୍ର କରାଇବାରେ ପ୍ରମୁଭ ଭୂମିକା ନିଭାଇଥିଲେ ଓ ଗାବାରେ ଅପରାଜିତ 89 ରନର ମ୍ୟାଚ ବିଜୟୀ ଇଂନିସ ସହ ଟିଂମ ଇଣ୍ଡିଆକୁ ଐତିହାସିକ ସିରିଜ ବିଜୟୀ କରାଇଥିଲେ ।

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଖେଳି ଯଥାକ୍ରମେ 228 ଓ 186 ରନର ଇଂନିସ ସହ 2-0ରେ ଟିମକୁ ସିରିଜ ବିଜୟୀ କରାଇଥିଲେ ।

ତୃତୀୟ ଖେଳାଳି ଭାବେ ମନୋନୀତ ହୋଇଥିବା ଆୟରଲାଣ୍ଡର ପଲ ଷ୍ଟ୍ରିଲିଂ ୟୁଏଇ ବିପକ୍ଷରେ ଦୁଇଟି ଦିନିକିଆ ଓ ଆଫଗାନିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ ଖେଳି 3ଟି ଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.