ETV Bharat / sports

ଧୋନିଙ୍କ ପଥରେ ପନ୍ତ, ଶୂନ୍ୟସ୍ଥାନ ପୂରଣ କରିବାକୁ ପ୍ରସ୍ତୁତ: ରୋହିତ - Rohit on Pant

ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ ଟିମ ଇଣ୍ଡିଆର ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବାକୁ ପନ୍ତ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ରୋହିତ ଶର୍ମା ।

Pant 'more than ready' to fill void created post Dhoni's retirement, feels Rohit
ଧୋନିଙ୍କ ପଥରେ ପନ୍ତ, ଶୂନ୍ୟସ୍ଥାନ ପୂରଣ କରିବାକୁ ପ୍ରସ୍ତୁତ: ରୋହିତ
author img

By

Published : Mar 5, 2021, 8:09 PM IST

ଅହମ୍ମଦାବାଦ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ଓପନର ରୋହିତ ଶର୍ମାଙ୍କ ବଡ ବୟାନ। ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ ଟିମ ଇଣ୍ଡିଆର ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବାକୁ ପନ୍ତ ସଂପୂର୍ଣ୍ଣ ପ୍ରସ୍ତୁତ କି ବୋଲି ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରୋହିତଙ୍କୁ ପ୍ରଶ୍ନ ଥିଲା । ଏହାର ଉତ୍ତରରେ ରୋହିତ କହିଛନ୍ତି ସଂପୂର୍ଣ୍ଣ ପ୍ରସ୍ତୁତ ।

ମଡର୍ଣ୍ଣ ଡେ କ୍ରିକେଟରେ ମହାନତମ ଫିନିସର ଭାବେ ବିବେଚିତ ହେବାସହ ୱିକେଟ ପଛରେ ଅନ୍ୟତମ ଶ୍ରେଷ୍ଠ ଓ ସଫଳତମ ଖେଳାଳି ରହିଥିବା ଧୋନିଙ୍କ ପଥରେ ପନ୍ତ ଅଗ୍ରସର ହେଉଥିବା କହିଛନ୍ତି ରୋହିତ ।

ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟର ଦ୍ବିତୀୟ ଦିନରେ ମାରାଥନ ଶତକୀୟ ଇଂନିସ ସହ ଏକାକୀ ପନ୍ତ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଶୁକ୍ରବାର ତୃତୀୟ ସେସନରେ ଇଂଲିସ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ପନ୍ତ । 82 ବଲରେ ପ୍ରଥମ 50 ଓ ପରେ ପରବତ୍ତୀ 33 ବଲରୁ 50 ରନ ହାସଲ କରିଥିଲେ ।

ଟେଷ୍ଟ କ୍ରିକେଟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ପନ୍ତଙ୍କ ରଣନୀତିକୁ ରୋହିତ ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି । ଏହି ଶତକୀୟ ଇଂମିସ ପନ୍ତଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇଂନିସ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.