ETV Bharat / sports

ଭବିଷ୍ୟତର ଭାରତୀୟ କ୍ୟାପଟେନ ଋଷଭ ପନ୍ତ: ମହମ୍ମଦ ଆଝାରୁଦ୍ଦିନ - ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ

'ନିକଟ ଭବିଷ୍ୟତରେ ଟିମ ଇଣ୍ଡିଆର ନେତୃତ୍ବ ଦୌଡରେ ଆଗରେ ରହିବେ ଋଷଭ ପନ୍ତ' । ଅଧିକ ପଢନ୍ତୁ...

Pant is future India captain: Mohammed Azharuddin
ଭବିଷ୍ୟତର ଭାରତୀୟ କ୍ୟାପଟେନ ଋଷଭ ପନ୍ତ: ମହମ୍ମଦ ଆଝାରୁଦ୍ଦିନ
author img

By

Published : Apr 1, 2021, 4:08 PM IST

ନୂଆଦିଲ୍ଲୀ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ବଡ ବୟାନ । "ଗତ କିଛି ମାସ ମଧ୍ୟରେ ନିଜକୁ ସମସ୍ତ ଫର୍ମାଟରେ ପ୍ରମାଣିତ କରିଛନ୍ତି ପନ୍ତ । ଫଳରେ ନିକଟ ଭବିଷ୍ୟତରେ ଟିମ ଇଣ୍ଡିଆର ନେତୃତ୍ବ ଦୌଡରେ ଆଗରେ ରହିବେ । ପନ୍ତଙ୍କ ଆକ୍ରମଣାତ୍ମକ କ୍ରିକେଟ ଭାରତକୁ ଶୀର୍ଷ ସ୍ଥାନରେ ରଖିବ ।" ପନ୍ତଙ୍କ ଉଦ୍ଦେଶ୍ୟରେ ଏମିତି କିଛି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଆଝରୁଦ୍ଦିନ ।

ନିୟମିତ କ୍ୟାପଟେନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗର ଏହି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବେ ପନ୍ତ । 23 ବର୍ଷୀୟ ପନ୍ତ, ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜର ତୃତୀୟ ଓ ଚତୁର୍ଥ ଟେଷ୍ଟରେ ଯଥାକ୍ରମେ 97 ଓ 89 ରନର ମ୍ୟାଚ ବିଜୟୀ ମାରାଥନ ଇଂନିଲ ଖେଳିଥିଲେ । ଫଳରେ ଭାରତ 2-1ରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ସିରିଜ ବିଜୟୀ ହୋଇଥିଲା ।

ଏହି ଫର୍ମକୁ ବଳବତ୍ତର ରଖିବା ସହ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟି ସିରିଜରେ ମଧ୍ୟ ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଏହାପରେ ସୀମିତ ଓଭର ସିରିଜରେ ମଧ୍ୟ ଦଳକୁ ଫେରିବା ସହ ପନ୍ତ ଇଂଲଣ୍ଡ ବିପକ୍ଷରେ ଦୁଇଟି ଦମଦାର ଉପଯୋଗୀ ଇଂନିସ ଖେଳି ଟିମ ଇଣ୍ଡିଆର ସିରିଜ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.