ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ, ନୂଆ ଘର କିଣିବାନେଇ ଗୁରୁବାର ଟ୍ବିଟରରେ ପ୍ରଶଂସକଙ୍କ ପରାମର୍ଶ ଲୋଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ 2-1ରେ ଟେଷ୍ଟ ସିରିଜ ବିଜେତା ଭାରତୀୟ ଦଳର ସର୍ବାଧିକ ରନ ସଂଗ୍ରହକାରୀ ରହିଥିଲେ ପନ୍ତ ।
-
Jabse Australia se aaya hoon gharwale peeche pade hain ki naya ghar le lo ab. Gurgaon sahi rahega? Aur koi option hai toh batao.
— Rishabh Pant (@RishabhPant17) January 28, 2021 " class="align-text-top noRightClick twitterSection" data="
">Jabse Australia se aaya hoon gharwale peeche pade hain ki naya ghar le lo ab. Gurgaon sahi rahega? Aur koi option hai toh batao.
— Rishabh Pant (@RishabhPant17) January 28, 2021Jabse Australia se aaya hoon gharwale peeche pade hain ki naya ghar le lo ab. Gurgaon sahi rahega? Aur koi option hai toh batao.
— Rishabh Pant (@RishabhPant17) January 28, 2021
"ଭାରତ ଫେରିବା ପରେ ନୂଆ ଘର କିଣିବାକୁ ପନ୍ତଙ୍କୁ ପରିବାର ଲୋକେ ବାଧ୍ୟ କରୁଛନ୍ତି । ଗୁରୁଗ୍ରାମରେ ଘର କିଣିବା ଠିକ୍ ରହିବା କି ? ଅନ୍ୟ କୌଣସି ବିକଳ୍ପ ଥିଲେ ଜଣାନ୍ତୁ ।" ଏମିତି କିଛି ନିଜ ସଦ୍ୟତମ ଟ୍ବିଟରେ ଲେଖିଛନ୍ତି ଟିମ ଇଣ୍ଡିଆର ଏହି ମ୍ୟାଚୱିନର ୱିକେଟକିପର ।
ପନ୍ତ ଅଷ୍ଟ୍ରେଲିଆରେ ଖେଳିଥିବା 5ଟି ଇଂନିସରେ 274 ରନ କରିଛନ୍ତି । ଯେଉଁଥିରେ ବ୍ରିସବେନର ଗାବାରେ 89 ରନର ଅପରାଜିତ ଇଂନିସ ରହିଥିଲା । ଯାହାଫଳରେ ଟେଷ୍ଟ ମ୍ୟାଚର ଶେଷ ଦିନରେ 328 ରନର ବିରାଟ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିନେଇଥିଲା ଭାରତ । ସିଡନୀ ଟେଷ୍ଟର ତୃତୀୟ ଦିନରେ ମଧ୍ୟ 97 ରନର ମାରାଥଢନ ଇଂନିସ ଖେଳିଥିଲେ ପନ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ