କଟକ: ପ୍ରତୀକ୍ଷାର ଅନ୍ତ ଘଟିଛି । ଓସିଏର ସଭାପତି ଭାବେ ଜିତିଛନ୍ତି ପଙ୍କଜ ଲୋଚନ ମହାନ୍ତି । ନୂଆ ସଭାପତି ଭାବେ ନିର୍ବାଚିତ ହେବାପରେ କଣ ରହିଛି ତାଙ୍କର ପ୍ରଥମ ପ୍ରତିକ୍ରିୟା ଜାଣନ୍ତୁ । ଏହା ସହ ଓଡିଶା କ୍ରିକେଟକୁ ନେଇ କଣ ରହିଛି ତାଙ୍କର ଆଭିମୁଖ୍ୟ ସେନେଇ ସ୍ପଷ୍ଟ କରିଛନ୍ତି ସେ ।
ସଭାପତି ପଦ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା । ପଙ୍କଜ ଲୋଚନଙ୍କ ସପକ୍ଷରେ 38ଟି ଭୋଟ ପଡିଥିଲାବେଳେ ତାଙ୍କ ବିପକ୍ଷରେ ଥିବା ପ୍ରଦୀପ ଚୌହାନଙ୍କୁ 32ଟି ଭୋଟ ମିଳିଛି । ତେବେ ବିଜୟ ବ୍ୟବଧାନ କମ ଥିଲେ ମଧ୍ୟ ତାଙ୍କର ପ୍ୟାନେଲ ଜିତଛି ଓ ଓଡିଶା କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିବା ବୋଲି ନବନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ