ETV Bharat / sports

ପାକିସ୍ତାନୀ ସଂଖ୍ୟାଲଘୁଙ୍କୁ ସାହାଯ୍ୟ ଦରକାର: ଯୁବରାଜ-ହରଭଜନଙ୍କୁ ଡାନିସ କାନେରିଆଙ୍କ ଅପିଲ

author img

By

Published : Apr 4, 2020, 11:14 AM IST

ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସହାୟତା ଆବଶ୍ୟକ । କ୍ରିକେଟର ଯୁବରାଜ ସିଂହ ଓ ହରଭଜନ ସିଂହଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ପାକିସ୍ତାନ କ୍ରିକେଟର ଡାନିସ କାନେରିଆ ।

Danish Kaneria appeals to Yuvraj and Harbhajan
ପାକିସ୍ତାନି ସଂଖ୍ୟାଲଘୁଙ୍କୁ ସାହାଯ୍ୟ ଦରକାର: ଯୁବରାଜ-ହରଭଜନଙ୍କୁ ଡାନିସ କାନେରିଆଙ୍କ ଅପିଲ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ସାହାଯ୍ୟର ନିବେଦନ । ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସହାୟତା ଆବଶ୍ୟକ । କ୍ରିକେଟର ଯୁବରାଜ ସିଂହ ଓ ହରଭଜନ ସିଂହଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ପାକିସ୍ତାନ କ୍ରିକେଟର ଡାନିସ କାନେରିଆ ।

ନିକଟରେ ଅନ୍ୟତମ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ପାକିସ୍ତାନି ଲୋକଙ୍କ ପାଇଁ ସାହାଯ୍ୟର ଅପିଲ କରିଥିଲେ । ଆଫ୍ରିଦିଙ୍କର ଏକ ସାମାଜିକ ଅନୁଷ୍ଠାନ ସ୍ଥାନୀୟ ସାଧାରଣ ଲୋକଙ୍କୁ ସହାୟତା ପାଇଁ କାର୍ଯ୍ୟ କରୁଛି । ଆଫ୍ରିଦିଙ୍କ ଏହି ଅନୁଷ୍ଠାନକୁ ଭାରତୀୟ କ୍ରିକେଟର ହରଭଜନ ସିଂହ ଓ ଯୁବରାଜ ସିଂହ ସହାୟତା ରାଶି ପ୍ରଦାନ କରିଥିଲେ । ଏହାକୁ ନେଇ ଭାରତରେ ବିବାଦ ମଧ୍ୟ ଦେଖାଦେଇଥିଲା । କିଛି ଭାରତୀୟ ଲୋକଙ୍କ ରୋଷର ଶିକାର ମଧ୍ୟ ହୋଇଥିଲେ ଉଭୟ କ୍ରିକେଟର ।

ତେବେ ବିଶ୍ବର ଏପରି ବିପତ୍ତି ସମୟରେ ମାନବିକତାକୁ ଦର୍ଶାଇବା ଜରୁରୀ ବୋଲି ଉଭୟ କ୍ରିକେଟର ମତ ରଖିଥିଲେ । ତେବେ ଡାନିସ କେନେରିଆ ପାକିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ ତଥା ହିନ୍ଦୁ ସଂପ୍ରଦାୟ ହରଭଜନ ଓ ଯୁବରାଜଙ୍କ ସାହାଯ୍ୟ ଆବଶ୍ୟକ କରୁଛନ୍ତି ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.