ETV Bharat / sports

କୋରୋନା ଭୟ: ଘୁଞ୍ଚିଲା ପାକିସ୍ତାନ ସୁପର ଲିଗ

author img

By

Published : Mar 17, 2020, 1:07 PM IST

Updated : Mar 17, 2020, 1:19 PM IST

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସେମିଫାଇନାଲ ପୂର୍ବରୁ ସ୍ଥଗିତ ପାକିସ୍ତାନ ସୁପର ଲିଗ-2020 । ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ନେଇ ସ୍ପଷ୍ଟ କରାଯାଇଛି ।

Pakistan Super League postponed
ଘୁଞ୍ଚିଲା ପାକିସ୍ତାନ ସୁପର ଲିଗ

କରାଚୀ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସେମିଫାଇନାଲ ପୂର୍ବରୁ ସ୍ଥଗିତ ପାକିସ୍ତାନ ସୁପର ଲିଗ-2020(PSL) । ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ।

ତେବେ ଟୁର୍ଣ୍ଣାମେଣ୍ଟରେ ଲିଗ ପର୍ଯ୍ୟାୟ ଖେଳ ଶେଷ ହୋଇଥିବାବେଳେ ସେମିଫାଇନାଲ ଓ ଫାଇନାଲ ମୁକାବିଲା ବାକି ରହିଛି । ମାତ୍ର କୌଣସି ନିର୍ଦ୍ଦିଷ୍ଟ ପରବର୍ତ୍ତୀ ମ୍ୟାଚ ତାରିଖ ଘୋଷଣା କରାଯାଇନାହିଁ । ପ୍ରଥମ ସେମିଫାଇନାଲ ମୁଲତାନ ସୁଲତାନସ ଓ ପେସୱାର ଜଲାମି ମଧ୍ୟ ଖେଳାଯିବାର ଥିଲା ।

ପାକିସ୍ତାନରେ ଏଯାବତ କୋରୋନା ଭାଇରସ ପଜିଟିଭଙ୍କ ସଂଖ୍ୟା 183ରେ ପହଞ୍ଚିଛି । ବିଶ୍ବରେ ଏହି ଭାଇରସରେ ଏଯାବତ 6,500 ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ, 1,50,000ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସୂଚନା ରହିଛି ।

Last Updated : Mar 17, 2020, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.