ETV Bharat / sports

ପାକ୍‌ ମନ୍ତ୍ରୀଙ୍କ ମୂଲ୍ୟହୀନ ବୟାନ, ଶ୍ରୀଲଙ୍କାକୁ ଆଇପିଏଲ ଲୋଭ

2009 ମସିହାରେ ପାକିସ୍ତାନ ଗସ୍ତରେ  ଶ୍ରୀଲଙ୍କା ଦଳ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଇଥିବାବେଳେ ସେମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିପାଇଁ ସୁରକ୍ଷାଦୃଷ୍ଟିକୁ ନଜରରେ ରଖି ଶ୍ରୀଲଙ୍କାର 10ଜଣ ଖେଳାଳୀ ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 10, 2019, 11:47 PM IST

ହାଇଦ୍ରାବାଦ: ଶ୍ରୀଲଙ୍କାର 10ଜଣଖେଳାଳୀ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିଦେଇଛନ୍ତି । ଏହାପରେ ପାକ୍‌ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫଓ୍ବାଦ ହୁସେନ ଏକ ମୂଲ୍ୟହୀନ ବୟାନ ଦେଇଛନ୍ତି । ଶ୍ରୀଲଙ୍କା ଖେଳାଳୀ ପାକ୍‌ ଗସ୍ତରୁ ଓହରିବା ପଛରେ ଭାରତର ହାତ ଅଛି ବୋଲି ଟ୍ବିଟ କରିଛନ୍ତି ।

pakistan
ଫଟୋ ସୌଜନ୍ୟ: ଟ୍ବିଟର@fawadchaudhry

ସେ ନିଜର ଟ୍ବିଟରରେ ଲେଖିଛନ୍ତି ଯେ, ସ୍ପୋର୍ଟସ କମେଣ୍ଟଟର ମତେ ସୂଚନା ଦେଇଛନ୍ତି ଭାରତ ଶ୍ରୀଲଙ୍କା ଖେଳାଳୀଙ୍କୁ ଧମକ ଦେଇଛି । ସେମାନେ ଯଦି ପାକିସ୍ତାନରେ କ୍ରିକେଟ ଖେଳିବାକୁ ମନା ନକରନ୍ତି ସେମାନଙ୍କୁ ଆଇପିଏଲରେ ଖେଳିବାକୁ ଦିଆଯିବ ନାହିଁ । ଏହା ବାସ୍ତବରେ ଗୋଟେ ଶସ୍ତା ରଣନୀତି । ଖେଳରୁ ଆରମ୍ଭ କରି ଅନ୍ତରୀକ୍ଷ ଯାଏଁ ଏପରି ଶସ୍ତା ରଣନୀତି ଭାରତ କରୁଛି । ଯାହାର ଆମେ ନିନ୍ଦା କରିବା ଦରକାର । ଭାରତୀୟ ଖେଳ ଅଧିକାରୀଙ୍କ ପକ୍ଷରୁ ବାସ୍ତବରେ ଏହା ଏକ ଘୃଣ୍ୟ ପଦକ୍ଷେପ ।

ସୂଚନାମୁତାବାକ, 2009 ମସିହାରେ ପାକିସ୍ତାନ ଗସ୍ତରେ ଶ୍ରୀଲଙ୍କା ଦଳ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଇଥିବାବେଳେ ସିଂହଳ ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିପାଇଁ ବର୍ତ୍ତମାନ ସୁରକ୍ଷାଦୃଷ୍ଟକୁ ନଜରରେ ରଖି ଶ୍ରୀଲଙ୍କାର 10ଜଣ ଖେଳାଳୀ ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଲସିଥ ମଲିଙ୍ଗା, ଦିମୁଥ କରୁଣାରତ୍ନେ, ନିରୋଶାନ ଡିକ୍‌ଓ୍ବେଲା, କୁଶଲ ପେରେରା, ଧନଞ୍ଜୟ ଡି ସିଲ୍‌ଭା, ଥିସାରା ପେରେରା, ଅକିଲା ଧନଞ୍ଜୟ, ଆଞ୍ଜେଲା ମାଥ୍ୟୁସ, ସୁରଙ୍ଗା ଲକମଲ ଓ ଦିନେଶ ଚାନ୍ଦିମଲ ରହିଛନ୍ତି ।

ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ 3ଟି ଦିନିକିଆ ଓ 3ଟି-20 ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 27 ତାରିଖରୁ ଏହି ସିରିଜ ଖେଳାଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.