ଲାହୋର: ଭାରତ ସମେତ ସମଗ୍ର ବିଶ୍ବ ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଲଢେଇ ଜାରି ରଖିଛି । ପାକିସ୍ତାନ କ୍ରିକେଟ ଟିମ କୋରୋନା ଭାଇରସର ମୁକାବିଲା ପାଇଁ ପାକିସ୍ତାନ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି । ସରକାରଙ୍କ ଜରୁରୀକାଳୀନ ପାଣ୍ଠିକୁ 5 ମିଲିୟନ ପାକିସ୍ତାନ ଟଙ୍କା ପ୍ରଦାନ କରିଛନ୍ତି ।
ଏଥିସହିତ ପାକିସ୍ତାନ କ୍ରିକେଟ ବୋର୍ଡର କର୍ମଚାରୀ ଗୋଟିଏ ଦିନର ଦରମା ଓ ବରିଷ୍ଠ ଅଧିକାରୀ 2ମାସର ଦରମା ସରକାରଙ୍କୁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ଏହସାନ ମଣି କହିଛନ୍ତି "ବୋର୍ଡ ସର୍ବଦା ପାକିସ୍ତାନ ଲୋକଙ୍କ ସହ ରହିଛି । ମାନବସମାଜ ପ୍ରତି ଏଭଳି ଏକ କଠିନ ସମୟରେ ପିସିବି ଲୋକଙ୍କୁ ଯଥାସମ୍ଭବ ସହଯୋଗ କରିବ" ।
ପାକିସ୍ତାନରେ ଏଯାବତ 1,100 କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ 8ଜଣ ଜୀବନ ହରାଇସାରିଲେଣି ।