ETV Bharat / sports

କ୍ରିକେଟର ଉମର ଆକମଲ ଦୁର୍ନୀତି ମାମଲାରେ ନିଲମ୍ବିତ

ପାକିସ୍ତାନ କ୍ରିକେଟର ଉମର ଆକମଲ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଯୋଗୁଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ବାରା ନିଲମ୍ବିତ । ଅଧିକ ପଢନ୍ତୁ...

pak-cricketer-kamran-akmal-suspended-in-all-cricket
କ୍ରିକେଟର କମରାନ ଆକମଲ ଦୁର୍ନିତି ମାମଲାରେ ନିଲମ୍ବିତ
author img

By

Published : Feb 20, 2020, 3:20 PM IST

ଇସଲାମାବାଦ: ପାକିସ୍ତାନୀ କ୍ରିକେଟର ଉମର ଆକମଲ ନିଲମ୍ବିତ। ପିସିବିର ଦୁର୍ନୀତି ନିରୋଧ ଆଇନର ଧାରା 4.7.1 ଅନୁଯାୟୀ ଉମରଙ୍କ ମାମଲାର ତଦନ୍ତ ଚାଲିବା ପର୍ଯ୍ୟନ୍ତ ସେ କୌଣସି ମ୍ୟାଚ ଖେଳି ପାରିବେ ନାହିଁ । ତେବେ ଏନେଇ ଅନ୍ୟ କୌଣସି ସୂଚନା ଦେଇ ନାହିଁ ବୋର୍ଡ ।

pak-cricketer-kamran-akmal-suspended-in-all-cricket
କ୍ରିକେଟର କମରାନ ଆକମଲ ଦୁର୍ନିତି ମାମଲାରେ ନିଲମ୍ବିତ

ସୂଚନା ଅନୁଯାୟୀ ଉମର ଅନେକ ସମୟ ଧରି ବିବାଦ ଘେରରେ ରହି ଆସିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ଉପରେ କେଉଁ ସବୁ ଚାର୍ଜ ଲାଗିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ତେବେ କିଛିଦିନ ତଳେ ସେ ଲାହୋର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମିରେ ଫିଟନେସ ପରୀକ୍ଷା ବେଳେ ଜଣେ ଷ୍ଟାଫଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ତଦନ୍ତ ଚାଲିଥିବା ବେଳେ ସେ କୌଣସି ପ୍ରକାରର କ୍ରିକେଟ ଖେଳିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କୁ ପାକିସ୍ତାନ ସୁପରଲିଗ (ପିଏସଏଲ) ଖେଳିବାରୁ ମଧ୍ୟ ବାଦ ଦିଆଯାଇଛି । ତେବେ ଉମର ଖେଳୁଥିବା ଟିମ କ୍ବେଟା ଗ୍ରାଡିଏଟର୍ସଙ୍କୁ ଉମରଙ୍କ ବଦଳରେ ଅନ୍ୟ ଖେଳାଳି ପାଇଁ ଆବେଦନ କରିବାକୁ ଅନୁମତି ମିଳିଛି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.