ସିଡନୀ: ଭାରତୀୟ ବ୍ୟାଟ୍ସମ୍ୟାନ ତଥା ତୃତୀୟ ଟେଷ୍ଟର ହିରୋ ହନୁମା ବିହାରୀ ସ୍ବଦେଶ ଫେରିଛନ୍ତି । ମାଂସପେଶୀ ଜନିତ ଗ୍ରେଡ 2 ଆହତ ହୋଇ ବ୍ରିସବେନରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ବାଦ ପଡିଥିଲେ । ଏହାପରେ ଶୁକ୍ରବାର ଅଷ୍ଟ୍ରେଲିଆ ମାଟି ଛାଡିଛନ୍ତି ବିହାରୀ ।
-
Until next time 🇦🇺 pic.twitter.com/sq1WIHWdpB
— Hanuma vihari (@Hanumavihari) January 15, 2021 " class="align-text-top noRightClick twitterSection" data="
">Until next time 🇦🇺 pic.twitter.com/sq1WIHWdpB
— Hanuma vihari (@Hanumavihari) January 15, 2021Until next time 🇦🇺 pic.twitter.com/sq1WIHWdpB
— Hanuma vihari (@Hanumavihari) January 15, 2021
ମାଂସପେଶୀ ଜନିତ ଯନ୍ତ୍ରଣା ସତ୍ତ୍ବେ, ଶକ୍ତିଶାଳୀ ଅଷ୍ଟ୍ରେଲିଆର ବୋଲିଂ ବିଭାଗକୁ ନିସ୍ପ୍ରଭ କରିବା ସହ 161 ବଲର ସାମ୍ନା କରିଥିଲେ । ଏଥିସହ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ମିଶି ପ୍ରାୟ ଅଢେଇ ଘଣ୍ଟା ସିଡନୀ ଟେଷ୍ଟର ଶେଷ ଦିନରେ ବ୍ୟାଟିଂ କରି ଭାରତର ପରାଜୟକୁ ଡ୍ର ରେ ବଦଳାଇଥିଲେ ।
ବିହାରୀ ଅଷ୍ଟ୍ରେଲିଆ ଛାଡିବା ପୂର୍ବରୁ ଟ୍ବିଟ ଯୋଗେଁ ଏକ ଫଟୋ ପୋଷ୍ଟ କରିବା ସହ, ‘ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ’ ବୋଲି ଲେଖିଛନ୍ତି ।
ବିହାରୀଙ୍କ ସ୍କାନ ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତଙ୍କୁ ଆଚମ୍ବିତ କରିଛି । ଗ୍ରେଡ 2 ର ମାଂସପେଶୀ ଯନ୍ତ୍ରଣା ସତ୍ତ୍ବେ ସେ ବ୍ୟାଟିଂ ଜାରି ରଖିଥିଲେ । ସୁସ୍ଥ ହେବାପାଇଁ ତାହ୍କୁ 3ରୁ 6 ସପ୍ତାହ ସମୟ ଲାଗିବ । ଫଳରେ ଟିମ ଇଣ୍ଡିଆର ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ବାଦ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ