ETV Bharat / sports

ଜୁନିୟର ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ: ରୋହିତ - U-19 team strong

19 ବର୍ଷରୁ କମ କ୍ରିକେଟ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିବା ଭାରତୀୟ ଦଳ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି ରୋହିତ ଶର୍ମା । ଅଧିକ ପଢନ୍ତୁ...

U-19 team strong
ଜୁନିୟର ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ
author img

By

Published : Dec 27, 2019, 8:08 AM IST

ନୂଆଦିଲ୍ଲୀ: 19 ବର୍ଷରୁ କମ କ୍ରିକେଟ ଟିମ ଅର୍ଥାତ ଜୁନିୟର ଟିମ ଇଣ୍ଡିଆ ପୂର୍ବପରି ବେଶ ଶକ୍ତିଶାଳୀ । ଏହା କହିଛନ୍ତି ସିନିୟର ଟିମ ଓପନର ରୋହିତ ଶର୍ମା । ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ବିଶ୍ବକପରେ ଭାରତୀୟ ଦଳ କଠିନ ପରିଶ୍ରମ କରିବ । ଡିଫେଣ୍ଡିଂ ଚମ୍ପିଆନ ଭାରତ ଚଳିତ ଥର ପୁଣି ଚମ୍ପିଆନ ହେବ ଏମିତି କିଛି ଦୃଢୋକ୍ତି କରିଛନ୍ତି ରୋହିତ ।

19 ବର୍ଷରୁ କମ କ୍ରିକେଟ ବିଶ୍ବକପର 13ଟମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିସାରିଛି । ଏହି ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଦଳ ଭାରତ । ସର୍ବାଧିକ 4ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ଜୁନିୟର ଟିମ ଇଣ୍ଡିଆ । ଶେଷ ଥର ପୃଥ୍ବୀ ଶଙ୍କ ନେତୃତ୍ବରେ 2018 ବିଶ୍ବକପରେ ଅଷ୍ଟ୍ରେଲିଆକୁ ଫାଇନାଲରେ ହରାଇ ଚମ୍ପିଆନ ହୋଇଥିଲା ଭାରତ ।

ତେବେ ଚଳିତ ଥର ଭାରତୀୟ ଦଳ ଗ୍ରୁପ-ଏ ରେ ସ୍ଥାନ ପାଇଛି । ଭାରତ ସହ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଜାପାନ ରହିଛି । ପ୍ରତି ଗ୍ରୁପର ଶୀର୍ଷ 2ଟି ଟିମ ସୁପର ଲିଗ ଷ୍ଟେଜ ପାଇଁ ଉତ୍ତୀର୍ଣ୍ଣ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.