ETV Bharat / sports

‘ଓଜନ ଅଧିକ ବୋଲି ହୃଦବୋଧ କରିବା ଥିଲା କୋହଲିଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ’

କୋହଲିଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ବିଷୟରେ କହିଲେ 2011 ବିଶ୍ବକପ ବେଳେ ଭାରତୀୟ ଟିମର ଷ୍ଟ୍ରେନ୍ଥ ଓ ମେଣ୍ଟାଲ କଣ୍ଡିଶନିଙ୍ଗ କୋଚ ପ୍ୟାଡି ଅପଟନ । ଅଧିକ ପଢ଼ନ୍ତୁ...

one big turning point, virat kohli realized, kohli was slightly overweight,  paddy upton, ବିରାଟ କୋହଲି, ଓଜନ ଅଧିକ ଥିବା ହୃଦବୋଧ କରିବା, କୋହଲିଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ, ପ୍ୟାଡି ଅପଟନ
‘ଓଜନ ଅଧିକ ବୋଲି ହୃଦବୋଧ କରିବା ଥିଲା କୋହଲିଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ’
author img

By

Published : Apr 9, 2020, 12:32 AM IST

ହାଇଦ୍ରାବାଦ: ନିଜ ଆଦର୍ଶ ସଚିନ ତେନ୍ଦୁଲକର ଓ ମହାନ ବ୍ୟାଟ୍ସମ୍ୟାନ ସେହୱାଗଙ୍କ ସହ ବ୍ୟାଟିଂ କରିବା ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ ଟିମର ଅଧିନାୟକ ହେବା ପର୍ଯ୍ୟନ୍ତ ଅନେକ ବାଟ ଅତିକ୍ରମ କରିଛନ୍ତି ବିରାଟ କୋହଲି । ଜିତ ପାଇଁ ସବୁବେଳେ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଯେକୌଣସି ବୋଲିଂ ଆଟାକ ବିପକ୍ଷରେ ରନ ସ୍କୋର କରିବାର ଭୋକ କୋହଲିଙ୍କୁ ଏକ ମହାନ ଖେଳାଳି କରି ପାରିଛି ।

ଧୋନିଙ୍କ ନେତୃତ୍ବରେ ଯେତେବେଳେ 2011 ବିଶ୍ବକପ ଜିତିଥିଲା କୋହଲି ମାତ୍ର 22 ବର୍ଷର ହୋଇଥିଲେ । ପୁଚକା ଗାଲ ଥିବା ଯୁବ ବିରାଟ କୋହଲି, ଯାହାଙ୍କୁ ଫ୍ୟାନ୍ସ ଓ ତାଙ୍କ ସାଙ୍ଗମାନେ ‘ଚିକୁ’ ବୋଲି ବି ଜାଣନ୍ତି, ବ୍ୟାଟିଂ ଶିଖିଲେ, ପ୍ରତିକୁଳ ପରିସ୍ଥିତିକୁ କିପରି ସମ୍ଭାଳି ହେବ ତାହା ମଧ୍ୟ ସେ ସିନିୟର ଖେଳିଳାଙ୍କ ଠାରୁ ଶିଖିଛନ୍ତି ସେ ।

ପ୍ୟାଡି ଅପଟନ, ଯିଏ କି 2011 ବିଶ୍ବ ବିଜୟ ବେଳେ ଟିମ ଇଣ୍ଡିଆର ଷ୍ଟ୍ରେନ୍ଥ ଓ ମେଣ୍ଟାଲ କଣ୍ଡିଶନିଙ୍ଗ କୋଚ ଥିଲେ, ସେ କହିଛନ୍ତି ଯେ ଅଧିକ ଓଜନ ଥିବା ବିରାଟ କୋହଲିରୁ ବିଶ୍ବର ସବୁଠାରୁ ଫିଟ କ୍ରିକେଟର ହେବା ଭିତରେ ବିରାଟଙ୍କ ମଧ୍ୟରେ ଆସିଛି ଅନେକ ପରିବର୍ତ୍ତନ ।

‘ମୁଁ ଭାବୁଛି ବିରାଟଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ହେଉଛି ସେ ଯେତେବେଳେ ହୃଦବୋଧ କଲେ ତାଙ୍କ ଓଜନ ବଢ଼ିଯାଇଛି ବୋଲି । ଆଉ ତାଙ୍କୁ ବିଶ୍ବର ଫିଟ ଖେଳାଳିଙ୍କ ମଧ୍ୟରେ ଜଣେ ହେବାକୁ ପଡିବ । ତାଙ୍କ ସ୍ବଭାବରେ ଏହି ପରିବର୍ତ୍ତନ ହିଁ ତାଙ୍କୁ ଆଜି ଶ୍ରେଷ୍ଠ କରି ଗଢ଼ି ତୋଳିଛି ।’ ବୋଲି କହିଛନ୍ତି ଅପଟନ । କୋହଲିଙ୍କୁ ବେଶ ପ୍ରଶଂସା କରିଛନ୍ତି ଅପଟନ । କୋହଲି ଜଣେ ଭାବ ବିହ୍ବଳ ଅଧିନାୟକ ବୋଲି କହିଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.