ETV Bharat / sports

ଆଜକୁ ଠିକ 12 ବର୍ଷ ତଳେ..

2007 ଆଜିର ଦିନରେ ବିଶ୍ବକପ ଟି-20ର ପ୍ରଥମ ସଂସ୍କରଣରେ ବିଜୟ ହୋଇଥିଲା ଭାରତୀୟ ଦଳ । ଭାରତୀୟ କ୍ରିକେଟ ଇତିହାସରେ ଯୋଡା ହୋଇଥିଲା ନୂଆ ଫର୍ଦ୍ଦ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 24, 2019, 8:12 PM IST

Updated : Sep 24, 2019, 10:38 PM IST

ହାଇଦ୍ରାବାଦ: 24 ସେପ୍ଟେମ୍ବର 2007 । ଆଜିକୁ ଠିକ୍‌ 12 ବର୍ଷ ତଳେ, ବିଶ୍ବକପ ଟି-20 ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ବିଶ୍ବ ଦେଖିଥିଲା ସବୁଠାରୁ ରୋମାଞ୍ଚକର ଫାଇନାଲ ମ୍ୟାଚ । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଷ୍ଟାଡିୟମ । ଭାରତ ସାମ୍ନାରେ ତାର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ।

ଭାରତ ହାତରୁ ପ୍ରାୟ ଖସି ସାରିଥାଏ ମ୍ୟାଚ । କିନ୍ତୁ ସେମିତି କୁଲ ଥାନ୍ତି କ୍ୟାପ୍ଟେନ କୁଲ । ଶେଷ ଓଭର ବୋଲିଂ ଭାର ନେଇ ଆସନ୍ତି ଯୁବ ବୋଲର ଜୋଗେନ୍ଦର ଶର୍ମା । ସାମ୍ନାରେ ପାକିସ୍ତାନର ଅଭିଜ୍ଞ ମିଶ୍‌ବା ଉଲ-ହକ୍‌ । ପ୍ରଥମ ବଲ ୱାଇଡ ଲେନ୍ଥ । 2ୟ ବଲ ଛକା । ହାତସ ଭାରତୀୟ ଫ୍ୟାନ୍ସ ।

ଫଟୋ ସୌଜନ୍ୟ- ଇଟିଭି ଭାରତ

ଏବେ 4 ବଲରୁ 6ରନ । ଖୁସିର ଠିକଣା ନଥାଏ ପାକିସ୍ତାନର ଖେଳାଳିଙ୍କ ପାଖରେ । 4ର୍ଥ ବଲକୁ ଶର୍ଟ ଫାଇନ ଲେଗ ଅଞ୍ଚଳକୁ ସ୍ପୁପ୍‌ ଶର୍ଟ ମାରନ୍ତି ମିଶ୍‌ବା । ଆଉ ଶ୍ରୀସନ୍ଥ ଥାନ୍ତି ସେଠାରେ । ଦୁଇ ସେକେଣ୍ଡ ପାଇଁ ପଡିଆ ହୋଇଯାଏ ସ୍ତବ୍ଧ । ଶେଷରେ ଶ୍ରୀସନ୍ଥ ଙ୍କ ହାତରେ ଲାଗେ କ୍ୟାଚ । ଆଉ 5ରନରେ ଭାରତ ଜିତେ ଫାଇନାଲ । ହୋଇଯାଏ ପ୍ରଥମ ବିଶ୍ବ ଟି-20 ଚମ୍ପିଆନ । ଭାରତୀୟ କ୍ରିକେଟ ଇତିହାସରେ ଯୋଡା ହୁଏ ନୂଆ ଫର୍ଦ୍ଦ । ଆଉ ପଡିଆରେ ଚାଲେ ସେଲିବ୍ରେସନ ।

ତେବେ ସେହି ସନ୍ଧ୍ୟାକୁ 12 ବର୍ଷ ବିତିଗଲାଣି । ମାତ୍ର ଆଜି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ସତେଜ୍‌ ଧୋନିଙ୍କ ସେହି ଚିତ୍ର । ଲମ୍ବା ଚୁଟି ରଖିଥିବା ଯୁବ ଅଧିନାୟକ କରିଥିଲେ କମାଲ । କ୍ରିକେଟର ନୂଆ ଫର୍ମାଟରେ ଚମ୍ପିଆନ ବନେ ଭାରତ । ହେଲେ 12 ବର୍ଷ ବିତି ସାରିଲାଣି ତଥାପି 2ୟ ଟି-20 ବିଶ୍ବକପ ଖୋଜରେ ରହିଛି ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 24, 2019, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.