ETV Bharat / sports

ଆଜି ଦିନରେ ମାକ୍ୟୁଲମଙ୍କ ମାରାଥନ ଇଂନିସରୁ ଆରମ୍ଭ ହୋଇଥିଲା ଆଇପିଏଲ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଜି ଦିନରେ ଆରମ୍ଭ ହୋଇଥିଲା ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । 2008 ଏପ୍ରିଲ 18ରେ ଆରମ୍ଭ ହୋଇଥିବା ଏହି ଟି-20 ଲିଗ ବର୍ତ୍ତମାନ ବିଶ୍ବର ସବୁଠୁ ପ୍ରଭାବଶାଳୀ ଓ ଧନୀ ଲିଗରେ ପରିଣତ ହୋଇଛି ।

On This Day in 2008: Brendon Macullum gave a glorifying start to IPL
ଆଜି ଦିନରେ ମାକ୍ୟୁଲମଙ୍କ ମାରାଥନ ଇଂନିସରୁ ଆରମ୍ଭ ହୋଇଥିଲା ଆଇପିଏଲ
author img

By

Published : Apr 18, 2020, 1:39 PM IST

ନୂଆଦିଲ୍ଲୀ: ଆଜି ଦିନରେ ଆରମ୍ଭ ହୋଇଥିଲା ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । 2008 ଏପ୍ରିଲ 18ରେ ଆରମ୍ଭ ହୋଇଥିବା ଏହି ଟି-20 ଲିଗ ବର୍ତ୍ତମାନ ବିଶ୍ବର ସବୁଠୁ ପ୍ରଭାବଶାଳୀ ଓ ଧନୀ ଲିଗରେ ପରିଣତ ହୋଇଛି ।

ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ । ଏହି ମ୍ୟାଚରେ କେକେଆରର ଷ୍ଟାର ବ୍ରେଣ୍ଡନ ମାକ୍ୟୁଲମଙ୍କ ଧୁଆଁଧାର ଓ ଅବିଶ୍ବସନୀୟ ଶତକୀୟ ଇଂନିସ ଏବେବି ଆଇପିଏଲ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇଂନିସ ହୋଇ ରହିଛି ।

ପ୍ରଥମେ ଟସ ଜିତି ଆରସିବି ବୋଲିଂ ନିଷ୍ପତି କରିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ କେକେଆର 222 ରନର ବିରାଟ ସ୍କୋର କରିଥିଲା । ବ୍ରେଣ୍ଡନ ମାକ୍ୟୁଲମ 158 ରନର ଦମଦାର ଇଂନିସ ଖେଳିଥିଲେ । ଜବାବରେ ମାତ୍ର 82 ରନରେ ଆରସିବି ଅଲଆଉଟ ହୋଇଥିଲା । ଫଳରେ 140 ରନର ବଡ ବ୍ୟବଧାନରେ କୋଲକାତା ନାଇଟ ରାଇଡର୍ସକୁ ବିଜୟ ମିଳିଥିଲା ।

ତେବେ 2008ରୁ 2019 ପର୍ଯ୍ୟନ୍ତ ଆଇପିଏଲର 12ଟି ସଂସ୍କରଣ ଖେଳାଯାଇଛି । ଚଳିତ ବର୍ଷ 13 ତମ ସଂସ୍କରଣ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.