ETV Bharat / sports

ଆଜି ଦିନରେ ଧୋନି ହାସଲ କରିଥିଲେ ପ୍ରଥମ ଅନ୍ତର୍ଜାତୀୟ ଶତକ - ଟିମ ଇଣ୍ଡିଆର ବିଶ୍ବବିଜୟୀ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି

ଆଜିର ଦିନରେ ଟିମ ଇଣ୍ଡିଆର ବିଶ୍ବବିଜୟୀ ତଥା ଅନ୍ୟତମ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି କ୍ରିକେଟ କ୍ୟାରିୟରରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । 2005 ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ବିଶାଖାପାଟ୍ଟନାମର ଡଃ. ୱାଇ, ଏସ. ରାଜଶେଖରା ରେଡ୍ଡି(ACA-VCA) କ୍ରିକେଟ ଷ୍ଟାଡିୟମରେ ଶତକ ହାସଲ କରିଥିଲେ ଧୋନି ।

MS Dhoni Scored his first international century
ଆଜି ଦିନରେ ଧୋନି ହାସଲ କରିଥିଲେ ପ୍ରଥମ ଅନ୍ତର୍ଜାତୀୟ ଶତକ
author img

By

Published : Apr 5, 2020, 11:04 AM IST

ହାଇଦ୍ରାବାଦ: କ୍ରିକେଟ ମଇଦାନ ହେଉକି କି ବାହାରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । କେତବେଳେ ତାଙ୍କର ଅବସରକୁ ନେଇ ତ କେତେବେଳେ ଭାରତୀୟ କ୍ରିକେଟରେ ଧୋାନିଙ୍କ ଆବଶ୍ୟକତାକୁ ନେଇ । ତେବେ ଆଜିର ଦିନ ଧୋନିଙ୍କ ପାଇଁ ଓ ପ୍ରଶଂସକଙ୍କ ପାଇଁ ବେଶ ଖାସ ଦିନ ।

ଆଜିର ଦିନରେ ଟିମ ଇଣ୍ଡିଆର ବିଶ୍ବବିଜୟୀ ତଥା ଅନ୍ୟତମ ସଫଳ କ୍ୟାପଟେନ ଧୋନି କ୍ରିକେଟ କ୍ୟାରିୟରରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । 2005 ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ବିଶାଖାପାଟନମର ଡଃ. ୱାଇ, ଏସ. ରାଜଶେଖରା ରେଡ୍ଡି(ACA-VCA) କ୍ରିକେଟ ଷ୍ଟାଡିୟମରେ ଶତକ ହାସଲ କରିଥିଲେ ଧୋନି । ପାକିସ୍ତାନ ବିପକ୍ଷ 6 ଟିକିଆ ଦିନିକିଆ ସିରିଜର 2ୟ ଦିନିକିଆରେ ଏହି ସଫଳତା ହାସଲ କରଥିଲେ ଧୋନି ।

ଟସ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା । ତେବେ ମ୍ୟାଚର 4ର୍ଥ ଓଭରରେ ଭେଟେରାନ ସଚିନ ତେନ୍ଦୁଲକରଙ୍କ ୱିକେଟ ହରାଇଥିଲା ଭାରତ । ପରେ ବ୍ୟାଟିଂ ପାଇଁ ଆସିଥିଲେ ଧୋନି । ସେହ୍ବାଗଙ୍କ ମିଶି ଭାରତୀୟ ଇଂନିସକୁ ଆଗକୁ ନେବା ସହ ଉଭୟଙ୍କ ମଧ୍ୟରେ 96 ରନର ପାର୍ଟନରସିପ ହୋଇଥିଲା । ପରେ 74 ରନ କରି ସେହ୍ବାଗ ଆଉଟ ହେବାପରେ ରାହୁଲ ଦ୍ରାବିଡ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । ପରେ ଧୋନି ଓ ଦ୍ରାବିଡଙ୍କ ମଧ୍ୟରେ 149 ରନର ଦମଦାର ପାର୍ଟନରସିପ ହୋଇଥିଲା ।

ଧୋନି ଏହି ମ୍ୟାଚରେ 15 ଚୌକା ଓ 4ଟି ଛକା ସହାୟତାରେ 123 ବଲରୁ 148 ରନର ଇଂନିସ ଖେଳିଥିଲେ । ଭାରତ 365/9 ରନ ସଂଗ୍ରହ କରିଥିଲା । ପରେ ପାକିସ୍ତାନକୁ 298 ରନରେ ଅଲଆଉଟ କରି ବିଜୟୀ ହୋଇଥିଲା ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.