ETV Bharat / sports

ଓଡିଶା ମହିଳା ଦଳର ଦ୍ୱିତୀୟ ବିଜୟ - odisha women team won

ସୁରତରେ ଖେଳାଯାଉଥିବା ସିନିୟର ମହିଳା ଏକଦିବସୀୟ ଟ୍ରଫିରେ ଓଡିଶା ମହିଳା ଦଳ 43 ରନ୍‌ରେ ତ୍ରୀପୁରାକୁ ମାତ୍‌ ଦେଇଛି । ଅଧିକ ପଢନ୍ତୁ...

Odisha womens team won by 43 runs vs Tripura
ଓଡିଶା ମହିଳା ଦଳର ଦ୍ୱିତୀୟ ବିଜୟ
author img

By

Published : Mar 16, 2021, 7:49 PM IST

କଟକ: ଅଧିନାୟିକା ମଧୁସ୍ମିତା ବେହେରାଙ୍କ ଚମତ୍କାର ବୋଲିଂ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ସୁରତରେ ଖେଳାଯାଉଥିବା ସିନିୟର ମହିଳା ଏକଦିବସୀୟ ଟ୍ରଫିରେ ଓଡିଶା ମହିଳା ଦଳର ଆଉ ଏକ ବିଜୟ । ତ୍ରିପୁରାକୁ 43 ରନ୍‌ରେ ମାତ ଦେବା ସହ ବିଜୟ ଅଭିଯାନ ଜାରି ରଖିଛି ଓଡିଶା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ଓଡିଶା ନିର୍ଧାରିତ ଓଭରରେ 8 ୱିକେଟ ହରାଇ 163 ରନ୍‌ ସଂଗ୍ରହ କରିଥିଲା । ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ 59 ରନ କରିଥିଲା ବେଳେ ମାଧୁରୀ ମେହେଟ୍ଟା 29 ଓ କାଜଲ୍‌ ଜେନା 28 ରନ କରିଥିଲେ । ଯାହାଫଳରେ ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା ।

ଜବାବରେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରିଥିବା ତ୍ରିପୁରା 48 ଓଭରରେ ସମସ୍ତ ୱିକେଟ ମାତ୍ର 120 ରନ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟିକା ମଧୁସ୍ମିତା ବେହେରା ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଥିଲେ । ଯାହାଫଳରେ ଓଡିଶା ଏହି ମ୍ୟାଚକୁ 43 ରନ ରନ୍‌ରେ ଜିତିନେଇଥିଲା । ଏହା ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡିଶାର ଦ୍ବିତୀୟ ବିଜୟ । ଛତିଶଗଡ଼ ସହ ଓଡିଶା ମହିଳା ଦଳର ପରବର୍ତ୍ତୀ ମୁକାବିଲା ରହିଛି ।

କଟକରୁ ପ୍ରଭୁ କଲ୍ୟାଣପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.