କଟକ: ନାଗେଶ ଟ୍ରଫିରେ ଓଡିଶା ଦୃଷ୍ଟି ହୀନ କ୍ରିକେଟ ଦଳର ଦମଦାର ବିଜୟ। ଫରିଦାବାଦରେ ଖେଳା ଯାଇଥିବା ଏକ ମ୍ୟାଚରେ ହରିୟାଣାକୁ 7 ୱିକେଟରେ ପରାସ୍ତ କରିଛି ଓଡିଶା। ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ହରିୟାଣା। ନିର୍ଧାରିତ 20 ଓଭରରେ 8 ୱିକେଟ ହରାଇ 152 ରନ କରିବାକୁ ଦଳ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ବିନୀତ କୁମାର 51 ରନ କରିଥିଲେ ।
ଜବାବରେ 153 ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଓଡିଶା। ଓପନର ବ୍ୟାଟ୍ସମ୍ୟାନ ସୁଖରାମ ମାଝୀଙ୍କ ଦମଦାର 68 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଏଥିସହିତ ପଙ୍କଜ ଭୁଏ 34 ରନ କରିଥିଲେ । ତେବେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ 14 ଓଭରରେ 3 ୱିକେଟ ହରାଇ ହାସଲ କରିନେଇଥିଲା ଓଡିଶା।
ଏହି ବିଜୟ ସହ ନାଗେଶ ଟ୍ରଫିରେ 4 ଟି ମ୍ୟାଚରୁ 3 ଟିରେ ବିଜୟୀ ହୋଇ ଓଡିଶା କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ