ETV Bharat / sports

ଓଡିଆ ଅଲରାଉଣ୍ଡର ରାଜେଶ ମହାନ୍ତିଙ୍କୁ ସିଏସକେ କ୍ୟାମ୍ପରୁ ଡାକରା - ସିଏସକେ କ୍ଯାମ୍ପରେ ରାଜେଶ ମହାନ୍ତି

ଧୋନୀ ବାହିନୀଙ୍କୁ ନେଟ୍‌ସରେ ବୋଲିଂ କରିବେ ଓଡିଆ ଅଲରାଉଣ୍ଡର ରାଜେଶ ମହାନ୍ତି । ଅଧିକ ପଢନ୍ତୁ...

Odisha allrounder rajesh mohanty call for CSK net bowler
ଓଡିଆ ଅଲରାଉଣ୍ଡର ରାଜେଶ ମହାନ୍ତିଙ୍କୁ ସିଏସକେ କ୍ୟାମ୍ପରୁ ଡାକରା
author img

By

Published : Mar 5, 2021, 10:25 PM IST

Updated : Mar 5, 2021, 10:36 PM IST

କଟକ: ଓଡିଶା ପୁଅ ଆଇପିଏଲରେ ହେବେ ନେଟ୍‌ସ ବୋଲର । ଅଲରାଉଣ୍ଡର ରାଜେଶ ମହାନ୍ତିଙ୍କୁ ମିଳିଛି ଚେନାଇ ସୁପରକିଙ୍ଗ୍ସ ଟିକେଟ । ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଧୋନୀ ବାହିନୀଙ୍କୁ ନେଟ୍‌ସରେ ବୋଲିଂ କରିବେ ରାଜେଶ ।

Odisha allrounder rajesh mohanty call for CSK net bowler
ରାଜେଶ ମହାନ୍ତି

ଏପ୍ରିଲ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଆଇପିଏଲ 2021 ପୂର୍ବରୁ ଚେନ୍ନାଇରେ ପ୍ରସ୍ତୁତି ଆରମ୍ଭ କରିଛି ଧୋନିଙ୍କ ନେତୃତାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଟିମ । ଏହି ଅଭ୍ୟାସ କ୍ୟାମ୍ପକୁ ରାଜେଶଙ୍କୁ ଡାକରା ଆସିଛି । ଏନେଇ ଖୁସି ଜାହିର କରିଛି ଓଡିଶା କ୍ରିକେଟ ଆସୋସିଏସନ ।

ନେଟ୍‌ସରେ ହେଉ ପଛେ, ରାଜେଶ ଆଇପିଏଲ ଦ୍ବାରରେ ପହଞ୍ଚିଛନ୍ତି । ଅଭ୍ୟାସ ସେସନରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଦ୍ବିତୀୟ ସର୍ବାଧିକ ସଫଳତମ ଟିମର ବ୍ୟାଟ୍ସମ୍ୟାନଙ୍କୁ ପ୍ରଭାବିତ କରିବାକୁ ଚାହିଁବେ । ତେବେ ରାଜେଶଙ୍କ ବୋଲିଂରେ ଚେନ୍ନାଇ କ୍ୟାମ୍ପ କେତେ ପ୍ରଭାବିତ ହେଉଛି ତାହା ତ ସମୟ କହିବ। ମାତ୍ର ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ନିଶ୍ଚନ୍ତ ଏହା ଶୁଭ ଓ ଭଲ ଖବର ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Mar 5, 2021, 10:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.