ETV Bharat / sports

ଲକଡାଉନରେ ଲକ୍‌ ଓସିଏ, ଓଡିଆ କ୍ରିକେଟରଙ୍କ ପାଇଁ ଅନଲାଇନ ପ୍ରଶିକ୍ଷଣ ଦାବି

author img

By

Published : Apr 26, 2020, 5:34 PM IST

କ୍ରିକେଟ ଅଭ୍ୟାସକୁ ଜାରି ରକିବା ପାଇଁ ବିସିସିସାଇ ସମେତ ଅନ୍ୟ କିଛି ରାଜ୍ୟ କ୍ରିକେଟ ବୋର୍ଡ ଅନଲାଇନ କ୍ଲାସେସ ଆରମ୍ଭ କରିଛନ୍ତି । ମାତ୍ର ଓଡିଶା କ୍ରିକେଟ ବୋର୍ଡ ଏଥିରେ ସମୂର୍ଣ୍ଣ ପଛରେ ପଡିଯାଇଛି ।

odia-cricketer-demand-online-training-at-oca
ଲକଡାଉନରେ ଲକ୍‌ ଓସିଏ, ଓଡିଆ କ୍ରିକେଟରଙ୍କ ପାଇଁ ଅନଲାଇନ ପ୍ରଶିକ୍ଷଣ ଦାବି

କଟକ: କୋରୋନା କାୟାରେ ସାର ବିଶ୍ବ । କ୍ରିକେଟ ଜଗତର ସମସ୍ତ ଛୋଡ ବଡ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଯାଇଥିବା ବେଳେ ଲକଡାଉନରେ ଘରେ ସମୟ କାଟୁଛନ୍ତି କ୍ରିକେଟର । ଅନ୍ୟପଟେ କ୍ରିକେଟ ଅଭ୍ୟାସ ଜାରି ରଖିବା ପାଇଁ ବିସିସିସାଇ ସମେତ ଅନ୍ୟ କିଛି ରାଜ୍ୟ କ୍ରିକେଟ ବୋର୍ଡ ଅନଲାଇନ କ୍ଲାସେସ ଆରମ୍ଭ କରିଛନ୍ତି । ମାତ୍ର ଓଡିଶା କ୍ରିକେଟ ବୋର୍ଡ ଏଥିରେ ସମୂର୍ଣ୍ଣ ପଛରେ ପଡିଯାଇଛି । ଲକଡାଉନରେ ଓସିଏ ତଥା ବାରବାଟୀ ବନ୍ଦଥିବା ବେଳେ ପ୍ରଭାବିତ ହୋଇଛନ୍ତି ଓଡିଆ କ୍ରିକେଟର ।

ଅନ୍ୟପଟେ ଚଳିତବର୍ଷ ରଣଜୀ ସିଜନରେ ଭଲ ପଦର୍ଶନ କରିଥିଲା ଓଡିଶା । ତେଣୁ ଖେଳାଳିଙ୍କ ଲଗାତାର ଅଭ୍ୟାସ ଜାରି ରହିବା ନିତ୍ୟାନ୍ତ ଆବଶ୍ୟତ ହୋଇ ପଡିଛି । ଅନ୍ୟପଟେ ଆଗକୁ ଆହୁରି ବଡ ବଡ ଟୁର୍ଣ୍ଣାମେଣ୍ଟ ରହିଥିବାରୁ ଅନଲାଇନ ଶିକ୍ଷା ଉପରେ ଗୁରୁତ୍ବ ଉଚିତ ବୋଲି କହିଛନ୍ତି କ୍ରିକେଟର ସୂର୍ଯ୍ୟକାନ୍ତ ପ୍ରଧାନ ।

ତେବେ ଏହା ଉପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଅନଲାଇନ କ୍ଲାସ ନେଇ କୌଣସି ଚୁଡାନ୍ତ ନିଷ୍ପତି ହୋଇନଥିବା ବେଲେ ଆଗାକୁ ଏକ ବୈଠକ ଡକାଯାଇ ଏହା ଉପରେ ଚିନ୍ତା କରାଯିବ ବୋଲି ସଂଙ୍ଘ ପକ୍ଷରୁ ସୂଚନା ମିଳିଛି ।

କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.