କଟକ: ଆସନ୍ତାକାଲି(ଡିସେମ୍ବର ୧୪)ରୁ ଆରମ୍ଭ ହେବ ସିନିୟର ଆନ୍ତଃଜିଲା ଟି-20 ଲିଗ । ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୨୨ ପର୍ଯ୍ୟନ୍ତ ଖେଳାଯିବ । ଏନେଇ ଓସିଏ ପକ୍ଷରୁ ସମ୍ପାଦକ ସଞ୍ଜୟ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୭ ଟି ଟିମ ଭାଗ ନେବେ। ବିନା ଦର୍ଶକରେ କୋଭିଡ କଟକଣା ପାଳନ ସହ ୨ ଟି ଜୋନ୍ ରେ ସମସ୍ତ ମ୍ୟାଚ ଖେଳାଯିବ । ମ୍ୟାଚ ଗୁଡିକ କଟକ ଓ ଭୁବନେଶ୍ୱରରେ ୯ ଟି ସ୍ଥାନରେ ଖେଳାଯିବ । କଟକରେ ୧୯ ଟି ଟିମ ଖେଳିବାକୁ ଥିବାବେଳେ ଭୁବନେଶ୍ୱରରେ ୧୮ଟି ଟିମ ଖେଳିବେ।
![OCA plan for inter-district senior T-20 league](https://etvbharatimages.akamaized.net/etvbharat/prod-images/od-ctc-03-ocaplanforintradistrict-avb-7204966_13122020203126_1312f_1607871686_305.png)
କୋଭିଡ ଟେଷ୍ଟ କରି ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଇଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ଓସିଏଲ ଓ ସୟଦ ମୁସ୍କାକ ଅଲ୍ଲୀ ଟି-20 ଟୁର୍ଣ୍ଣାମେଣ୍ଟ ପାଇଁ 40 ଜଣିଆ ଓଡିଶା ଟିମ ଚୟନ କରାଯିବାକୁ ଲକ୍ଷ୍ୟ ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ