ମାଉଣ୍ଟ ମାଉଙ୍ଗାନୁଇ: ଭାରତ-ନ୍ୟୁଜିଲାଣ୍ଡ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏହି ସିରିଜକୁ କ୍ଲିନ୍ ସୁଇପ କରିଛି କ୍ବିଓ୍ବି ଦଳ । ସିରିଜର ଅନ୍ତିମ ମ୍ୟାଚରେ ଭାରତକୁ 5 ଓ୍ବିକେଟରେ ପରାସ୍ତ କରିଛି କ୍ବଓ୍ବି ଦଳ ।
3ୟ ଦିନିକିଆରେ କିଓ୍ବି ଦଳ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ସର୍ବାଧିକ ରନ୍ କେଏଲ ରାହୁଲ 112(113ବଲ୍)ରନ୍ କରିଥିଲେ । ଏଥିସହ ଶ୍ରେୟସ ଆୟର 62(63ବଲ୍)ରନ୍, ମନିଷ ପାଣ୍ଡେ 42(48ବଲ୍)ରନ ଓ ଓପନର ପୃଥ୍ବୀ ଶ 40(42ବଲ୍) ରନ୍ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 296ରନ୍ ହାସଲ କରିଥିଲା ଟିମ୍ ଇଣ୍ଡିଆ ।
297ରନ୍ର ବିଜୟଲକ୍ଷ୍ୟକୁ ପିଛା କରି କ୍ବିଓି ଟିମ 47.1 ଓଭରରେ 5 ଓ୍ବିକେଟ ହରାଇ 300ରନ୍ ହାସଲ କରି ମ୍ୟାଚକୁ ଜିଣି ନେଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ୍ ହେନେରୀ ନିକୋଲସ୍ 80(103ବଲ୍)ରନ୍ କରିଥିଲେ । ଏଥିସହ ଓପନର ମାର୍ଟିନ ଗୁପ୍ଟିଲ 66(46ବଲ୍)ରନ୍, ଟମ୍ ଲାଥମ 32(34ବଲ୍)ରନ୍ ଓ ଅଧିନାୟକ କେନ ଓ୍ବିଲିୟମସନ 22(31ବଲ୍) ରନ୍ ହାସଲ କରିଥିଲେ ।
ତେବେ ଏହି ଦିନିକିଆ ସିରିଜର ଅନ୍ତିମ ମ୍ୟାଚକୁ 5 ଓ୍ବିକେଟରେ ବିଜୟ ହାସଲ କରି କେନ୍ଙ୍କ ଦଳ ସିରିଜକୁ 3-0ରେ ହାତେଇଛି । ସିରିଜର ପ୍ରଥମ ମ୍ୟାଚରେ ଭାରତକୁ 4 ଓ୍ବିକେଟରେ ମାତ୍ ଦେଇଥିବାବେଳେ 2ୟ ମ୍ୟାଚଟିକୁ 22ରନ୍ରେ ଜିତିଥିଲା ନ୍ୟୁଜିଲାଣ୍ଡ ଟିମ ।
ଏହାପରେ 2ଦଳ ମଧ୍ୟରେ 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।