ETV Bharat / sports

ନାଡା ଅଧିନରେ ରହିବ ବିସିସିଆଇ, ସବୁ କ୍ରିକେଟରଙ୍କ ହେବ ଡୋପ ଟେଷ୍ଟ

author img

By

Published : Aug 9, 2019, 7:55 PM IST

ନାଡା (ନ୍ୟାସନାଲ ଆଣ୍ଟି ଡୋପିଂ ଟେଷ୍ଟ) ଅଧିନରେ ରହିବ ଭାରତୀୟ କ୍ରିକେଟ ବୋର୍ଡ । ଏଥର ସମସ୍ତ କ୍ରିକେଟରଙ୍କ ହେବ ଡୋପ ଟେଷ୍ଟ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ବିସିସିଆଇ । ନାଡା (ନ୍ୟାସନାଲ ଆଣ୍ଟି ଡୋପିଂ ଟେଷ୍ଟ) ଅଧିନରେ ରହିବ ଭାରତୀୟ କ୍ରିକେଟ ବୋର୍ଡ । ଯେତେବେଳେ ଓ ଯେଉଁଠି ନାଡା ଚାହିଁବ ଭାରତୀୟ ଦଳର କୌଣସି ଖେଳାଳିଙ୍କ ଡୋପିଂ ଟେଷ୍ଟ କରି ପାରିବ । ଏକଥା କହିଛନ୍ତି, ଜାତୀୟ କ୍ରୀଡା ସେକ୍ରେଟେରୀ ରାଧେଶ୍ୟାମ ଜୁଲାନିୟା ।

ତେବେ ନାଡାର ଆଣ୍ଟି ଡୋପିଂ ନିୟମ ପାଳନ କରିବାକୁ ବିସିସିଆଇ ପ୍ରସ୍ତୁତ ବୋଲି ଲିଖିତ ଭାବେ ଜଣାଇଛି । ଫଳରେ ଏବେ ପ୍ରତ୍ୟେକ କ୍ରିକେଟରଙ୍କୁ ଡୋପ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ । ବିସିସିଆଇ ପକ୍ଷରୁ 3 ପ୍ରଶ୍ନ କରାଯାଇଥିଲା । ପ୍ରଥମ ଯେଉଁ ସରଞ୍ଜାମ ଦ୍ବାରା ଡୋପ ଟେଷ୍ଟ କରାଯାଉଛି, ତାହାର କ୍ବାଲିଟି ଯାଞ୍ଚ । ଦ୍ବିତୀୟ ପାଥୋଲୋଜିର କ୍ଷମତା ଓ ୩ୟ କେଉଁଭଳି ନମୁନା ସଂଗ୍ରହ କରାଯିବ ।

ତେବେ ନାଡା ସମସ୍ତ ପ୍ରଶ୍ନର ଉତ୍ତର ରଖିଛି । ନାଡାର କହିବା ଅନୁଯାୟୀ, ସେମାନେ ଯେଉଁଭଳି ଚାହିଁବେ ଆମେ ସୁବିଧା ଦେବୁ । ଏଥିନେଇ ସେମାନଙ୍କୁ ସମସ୍ତ ଖର୍ଚ୍ଚ ବୋଝ ଉଠାଇବାକୁ ପଡ଼ିବ । କାରଣ ଏଥି ଯୋଗୁଁ କୌଣସି ନିର୍ଦ୍ଦିଷ୍ଟ ଲ୍ୟାବ ଯୋଗାଇ ହେବ ନାହିଁ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.